ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଆଜି ହେଉଛି ବିଶ୍ୱ ବାଉଁଶ ଗଛ ଦିବସ। ଦ୍ରୁତରେ ବଢୁ ଥିବା ବାଉଁଶ ଗଛ ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତି ବର୍ଷ ବିଶ୍ୱ ସ୍ତରରେ ଏହି ଦିବସ ପାଳନ କରାଯାଏ। ଏ ନେଇ ଜନ ସଚେତନତା ଲାଗି ବିଶ୍ୱ ବାଉଁଶ ସଂଗଠନ ( ଡବ୍ଲ୍ୟୁବିଓ ) ଆଗେଇ ଆସିଛି । ୨୦୦୯ରେ ବିଶ୍ବ ବାଉଁଶ ସଂଗଠନ ବ୍ୟାଙ୍କକ ଠାରେ ଅନୁଷ୍ଠିତ ୮ମ ବିଶ୍ୱ ବାଉଁ ଶ କଂଗ୍ରେସରେ ଆଜିର ଦିନକୁ ବିଶ୍ୱ ବାଉଁଶ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା ।
ପ୍ରାକୃତିକ ଉତ୍ସଗୁଡ଼ିକର ସୁରକ୍ଷା ଏବଂ ସେଗୁଡ଼ିକର ନିରନ୍ତର ବ୍ୟବହାର ସୁନିଶ୍ଚିତ କରିବା ଦିଗରେ ଏହା କାର୍ଯ୍ୟ କରୁଛି । ବାଉଁଶ ବିଭିନ୍ନ କ୍ଷେତ୍ରରେ ଖାସ୍ କରି ପୂର୍ବ ଏବଂ ଦକ୍ଷିଣପୂର୍ବ ଏସିଆରେ ବହୁଳ ବ୍ୟବହୃତ ହୁଏ । ଏହି ଦିବସକୁ ସମ୍ମାନ ଜଣାଇ ବିଶ୍ୱ ବାଉଁଶ ସଂଗଠନ ଚଳିତ ବର୍ଷ ଏକ ଅଭିଯାନ ଆରମ୍ଭ କରିଛି , ଯାହାର ନାମ “ ବାଉଁଶ ଚାରା ରୋପଣ କର ’ । ଏବେ ଟେକ୍ନୋଲୋଜି ଓ ଉଭାବନ ଯୋଗୁ ବାଉଁଶର ବ୍ୟବହାର ବେଶ ବଢ଼ିଛି । କୁହାଯାଏ , ବାଉଁଶ ଖରାପ ଭୂମିର ପୁନରୁଦ୍ଧାର କରେ , ଜଳବାୟୁ ପରିବର୍ତ୍ତନ ହ୍ରାସ କରେ ଏବଂ ଦାରିଦ୍ର୍ୟ ଦୂର କରେ । ତେଣୁ ବାଉଁଶ ଚାରା ରୋପଣ କରିବା ନିହାତି ଜରୁରୀ ।
ତେବେ ଆସନ୍ତୁ ଜାଣିବା ବାଉଁଗଛ କାହିଁ କି ଲଗାଇବା ଦରକାର:
* ବାଉଁଶ ଦୁନିଆର ଦ୍ରୁତତମ ବୃଦ୍ଧି ପାଉଥିବା ଉଦ୍ଭିଦ ମଧ୍ୟରୁ ଅନ୍ୟତମ ।
* ବାଉଁଶ କାର୍ବନ ଡାଇଅକ୍ସାଇଡ୍ ଅବଶୋଷଣ କରେ ଏବଂ ସାଧାରଣ ଗଛ ଅପେକ୍ଷା ୩୫ପ୍ରତିଶତ ଅଧିକ ଅମ୍ଳଜାନ ସୃଷ୍ଟି କରିପାରେ ।ଆଉ ଏହି କରୋନା ମହାମାରୀ ସମୟରେ ଆପଣ ମାନେ ଅମ୍ଳଜାନର ଆବଶ୍ୟକତା ବହୁତ ଭଲ ଭାବେ ବୁଝିଥିବେ।
* ଏହା ବଞ୍ଚିବା ପାଇଁ କୌଣସି ରାସାୟନିକ ପଦାର୍ଥ, କୀଟନାଶକ, ସାର କିମ୍ବା ଜଳ ଆବଶ୍ୟକ କରେ ନାହିଁ ।
* ବାଉଁଶ ମାଟିର ଗୁଣରେ ଉନ୍ନତି ଆଣେ ।
* ଶକ୍ତି ପାଇଁ ଚାଇନାର ପ୍ରତୀକ ଭାବରେ ଜଣାଶୁଣା, ବାଉଁଶ ଅଭିବୃଦ୍ଧି ଏବଂ ସ୍ଥିରତାକୁ ପ୍ରତିପାଦିତ କରେ ।
* ବଜାର ଚାହିଦା ଅନୁଯାୟୀ ବାଉଁଶ ବୃକ୍ଷରୋପଣ ବୃଦ୍ଧି ଏବଂ ଉତ୍ପାଦର ବିକାଶ ପାଇଁ ଭାରତ ସରକାର NBM ସୃଷ୍ଟି କରିଛନ୍ତି ।
* ବିଶ୍ବରେ ବାଉଁଶ ଯୋଗାଣରେ ଭାରତ ମାତ୍ର ୨ପ୍ରତିଶତ ଯୋଗଦାନ ଦେଇଥାଏ । ବାଉଁଶ ରପ୍ତାନୀର ଚାଇନା, ଭିଏତନାମ, ଥାଇଲ୍ୟାଣ୍ଡରେ ସର୍ବାଧିକ ପ୍ରତିଶତ ରହିଛି।
* ଭାରତ ବାଉଁଶକୁ ‘କାଠ’ରୁ‘ ଘାସ ’ବୋଲି ଘୋଷଣା କରିଛି। ଏହାର ଅର୍ଥ ଏହା ଅମଳ ଉଦ୍ଦେଶ୍ୟରେ ଚାଷ କରାଯାଇପାରେ ।
* ବୃକ୍ଷରୋପଣ ପରେ ୪-୫ ବର୍ଷ ମଧ୍ୟରେ ଅମଳ ପାଇଁ ବାଉଁଶ ପରିପକ୍ୱ ହୁଏ, ଯାହାକି ନରମ କାଠ କିମ୍ବା ଅନ୍ୟସବୁ ଗଛ ତୁଳନାରେ ୩୦-୮୦ ବର୍ଷ ଲାଗେ ।
* ବାଉଁଶ ବୃକ୍ଷରୋପଣକୁ ପ୍ରୋତ୍ସାହିତ କରିବା ଦ୍ବାରା ସମଗ୍ର ବିଶ୍ୱରେ ଏହାର ଉତ୍ପାଦ ସଂଖ୍ୟା ବୃଦ୍ଧି ପାଇବ ଯାହାଫଳରେ ଏହା ଅଧିକ ରପ୍ତାନି କରିବାରେ ସାହାଯ୍ୟ କରିପାରିବ ଏବଂ ଦେଶର ସାମଗ୍ରିକ ଅର୍ଥନୀତି ବୃଦ୍ଧିରେ ଏହା ସାହାଯ୍ୟ କରିବ ।