ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଆଜି ଜିଏସଟି ପରିଷଦରେ ଆୟୋଜନ ହୋଇଛି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଅଧ୍ୟକ୍ଷତାରେ ଏହା ଲକ୍ଷ୍ନୌ ଠାରେ ଏହା ଅନୁଷ୍ଠିତ ହେଉଛି। ଯେଉଁଥିରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଛନ୍ତି।
ତେବେ ଆଜିର ଏହି ବୈଠକରେ କିଛି ସ୍ବତନ୍ତ୍ର ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ପେଟ୍ରୋଲ, ଡିଜେଲକୁ ଜିଏସଟି ପରସରଭୁକ୍ତ କରିବା ପ୍ରସ୍ତାବ ଉପରେ ଏହି ବୈଠକରେ ଆଲୋଚନା କରାଯିବ । ସାରା ରାଜ୍ୟ ବର୍ତ୍ତମାନ ବର୍ଦ୍ଧିତ ତୈଳ ଦରକୁ ନେଇ ଚିନ୍ତାରେ ଥିବା ବେଳେ । ଏହାର ଦର ବୃଦ୍ଧି ପାଇବ କି ତଳକୁ ଖସିବ ତାହା ଏହି ବୈଠକ ସମାପ୍ତି ପରେ ହିଁ ଜଣାପଡିବ। ତେଲଦର ଛଡ଼ା ଏହି ବୈଠକରେ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ ।