ସନଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ବର୍ଷା ପରେ ବନ୍ୟା । ଯାଜପୁର ର ବ୍ରାହ୍ମଣି ଖରସ୍ରୋତା ଓ ବୈତରଣୀ ନଦୀ ରେ ଜଳସ୍ତର ବଢିବା କାରଣରୁ ଯାଜପୁର ବରୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏହାସହ ଲୋକଙ୍କ ଜୀବନ ମଧ୍ୟ ନେଇଛି ଏହି ବନ୍ୟା । ଈଶାଣପୁର ଠୁଁ ଶଙ୍କରା କୁଳକୁ ସଂଯୋଗ କରୁଥିବା ରାସ୍ତା ର ଏକ ବରଗଛ ପାଖ ଛୋଟ ପୋଲ୍ହ ନିକଟରେ ସ୍ଥାନୀୟ ଲୋକ ଏକ ଶବ ଭାଷୁ ଥିବାର ଦେଖିଥିଲେ। ପରେ ଜଣା ପଡିଥିଲା ଏହା ଶଙ୍କରା କୁଳ ଗ୍ରାମର ରଞ୍ଜନ କର(୪୧) ଙ୍କ ମୃତ ଦେହ ବୋଲି।
ଘଟଣାକ୍ରମେ ରଞ୍ଜନ ଈଶାଣପୁର ରେ ଥିବା ଏକ ଷ୍ଟିଲ ଗ୍ରିଲ ଦୋକାନରେ କାମ କରନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ ରଞ୍ଜନ କାଲି ରାତିରେ ଘରକୁ ଫେରି ନଥିଲେ। ଏହା ପାଇଁ ବୋହୁ ଖୋଜାଖୋଜି ମଧ୍ୟଚାଲିଥିଲା। ପରେ ସକାଳ ୭.୩୦ସମୟରେ ତାଙ୍କ ଶବ ଶଙ୍କରା କୁଳଠୁ ଈଶାଣପୁର ସଂଯୋଗ କରୁଥିବା ରାସ୍ତା ବନ୍ଧର ଏକ ପାର୍ଶ୍ୱ ରେ ଭାସୁଥିବାର ଦେଖିବାକୁ ମିଳିଛି। ଏହାପରେ ସ୍ଥାନୀୟବାସିନ୍ଦା ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାର ରିର୍ପୋଟ ଆସିଲା ପରେ ମୃତ୍ୟର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି। ଏହାସହ ପୋଲିସ ତାର ଅଧିକ ତଦନ୍ତ ଜାରି ରଖିଛି। (ରିର୍ପୋଟ:ବିଭୁଦତ୍ତ ପୃଷ୍ଟି)