ସନଷ୍ଟାର ଟିଭି ବ୍ୟୁରୋ
ରାଜନଗର: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଏହି ଭିତରକନିକାକୁ ସ୍ଵତନ୍ତ୍ର ପରିଚୟ ଦେବା ପାଇଁ ରାଜନଗର ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଭିତରକନିକା ପାଇଁ ନୂଆ ଲୋଗୋ ଉନ୍ମୋଚନ କରାଯାଇଛି । କିଛି ନୂଆ ରଙ୍ଗରେ ଦେଖିବାକୁ ମିଳଛି ଏହି ଲୋଗୋ। ରାଜନଗର ଡିଏଫଓ ଡ . ଯଜ୍ଞଦତ୍ତ ପତି ଏହି ଲୋଗୋ ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଭିତରକନିକା ଓଡିଶା ପାଇଁ ପ୍ରସ୍ତୁତ ଏହି ନୂଆ ଲୋଗୋରେ ଭିତରକନିକା ଏବଂ ଓଡ଼ିଶା ଲେଖା ଯାଇଥିବା ବେଳେ ଆନିମଟେଡ୍ ଡିଜାଇନ୍ରେ ଏହା ପ୍ରସ୍ତୁତ କରାଯାଇଛି । ଏଥିରେ ହେନ୍ତାଳ ବଣ , ଡଲଫିନ୍ , ହରିଣ , ମାଛରଙ୍କା , ଅହିରାଜ,କୁମ୍ଭୀର ସହିତ ଫିସିଂକ୍ୟାଟର ପାଦଚିହ୍ନକୁ ସ୍ଥାନ ଦିଆଯାଇଛି । ଏହି ଲୋଗୋରେ ପ୍ରକୃତି , ଲୁଣିପାଣି ଓ ପରିବେଶକୁ ଦେଖାଇବା ପାଇଁ ପ୍ରୟାସ କରାଯାଇଛି । ନୂଆ ଲୋଗୋକୁ ବିଭାଗ ପକ୍ଷରୁ ଟୁଇଟ୍ କରାଯିବା ପରେ ପରିବେଶବିତ୍ ଖୁବ୍ ପସନ୍ଦ କରିଛନ୍ତି ।