<h3 style="text-align: center;"><strong>ସନଷ୍ଟାର ଟିଭି ବ୍ୟୁରୋ</strong></h3> <h4><strong>କଟକ:</strong> ଏସ୍ସିବିରେ ଦେଶର ପ୍ରଥମ ମାଗଣା ଇକମୋ ଚିକିତ୍ସା ବ୍ୟବସ୍ଥାକୁ କିଛି ଦିନ ପୂରିଛି । କିନ୍ତୁ ଏହି ସମୟ ଭିତରେ ମୋଟ ୪ ଜଣ ରୋଗ ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ବର ଖରାବେଳନଗର ୟୁନିଟ୍ -୨ ଅଞ୍ଚଳର ଦିଲ୍ଲୀପ ଅଗ୍ରୱାଲ ( ୫୭ ) ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ସ୍ବାସ୍ଥ୍ୟ ବିଭାଗର ଉପ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ , ଶ୍ରୀ ଅଗ୍ରୱାଲ ଗଲା ୧୧ ତାରିଖରେ ଏଠାକୁ ଚିକିତ୍ସା ପାଇଁ ଆସିଥିଲେ କିନ୍ତୁ ସେ ତାଙ୍କର ପ୍ରାଣତ୍ୟାଗ କରିଛନ୍ତି। ବର୍ତ୍ତମାନ ଏଠାରେ ପ୍ରଥମ ରୋଗୀଭାବେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ବଡକ୍ଷୀର ଗ୍ରାମର ଅନ୍ନପୂର୍ଣ୍ଣା ନାୟକ ଏକମାତ୍ର ରୋଗୀ ଭାବେ ଇକମୋ ୟୁନିରେ ଚିକିତ୍ସିତ ହେଉଛନ୍ତି ।</h4>