ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ : ରାଜ୍ୟରେ ବଢ଼ୁଛି ନାରୀ ନିର୍ଯାତନା। ଦାୟର ହେଉଛି ସଂଖ୍ୟାଧିକ ଅପରାଧ ମାମଲା। କେତେ ବେଳେ ଦୁଷ୍କର୍ମ ତ ପୁଣି କେତେ ବେଳେ ଏସିଡ ଆଟାକ। ଏସବୁ ଥିରେ ଦୋଷ କ’ଣ ସବୁ ବେଳେ ନାରୀର ଥାଏ? କାହିଁକି ବଢ଼ୁଛି ଏପରି ନାରୀ ନିର୍ଯାତନା? ଏହା ପାଇଁ ଦାୟୀ କିଏ? କାହିଁକି ଜଣେ ମହିଳା ନିଜକୁ ଏତେ ଅସୁରକ୍ଷିତ ମନେ କରେ? ତେବେ ଏତେ ସବୁ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ।
କେବଳ ଏତିକି ନୁହେଁ ପ୍ରତି କ୍ଷେତ୍ରରେ ମହିଳା ମାନେ ନିର୍ଯାତନାର ଶିକାର ହେଉଛନ୍ତି । କର୍ମ କ୍ଷେତ୍ର ଠାରୁ ଆରମ୍ଭ କରି ନିଜ ଘରେ ମଧ୍ୟ ଜଣେ ନାରୀ ବହୁତ ସହନ କରିଥାଏ। ଆଉ ଏହି ନିର୍ଯାତନାର କୌଣସି ସମୟ ସୀମା ନାହିଁ। ପେଟରେ ଭୃଣ ହତ୍ୟା କରିବା ଠାରୁ ଛୋଟପିଲାଙ୍କୁ ନିଜ ସମ୍ପର୍କୀୟମାନେ ଦୁଷ୍କର୍ମ କରିବାକୁ ମଧ୍ୟ ପଛାଉନାହାନ୍ତି। ପୁଲିସ ପକ୍ଷରୁ ମହିଳାଙ୍କ ସୁରକ୍ଷା ନେଇ କରାଯାଉଥିବା ସବୁ ଯୋଜନା ଏକ ପ୍ରକାର ଫେଲ ମାରୁଛି । ବର୍ଷକୁ ବର୍ଷ ଅପରାଧ ମାମଲା ରୁଜୁ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୦ରେ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ । ନେଇ ରାଜ୍ୟପୁଲିସ ନିକଟରେ ୨୫ହଜାର ୪୮୯ଟି ମାମଲା ରୁଜୁ ହୋଇଛି । ଯୌତୁକ ନିର୍ଯ୍ୟାତନା ଜନିତ ମୃତ୍ୟୁ , ଦୁଷ୍କର୍ମ ,ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ବା ବାଧ୍ୟ କରିବା , ଭୃଣହତ୍ୟା, ଏସିଡ୍ ଆଟାକ୍, ସ୍ୱାମୀ ନିର୍ଯାତନା, ମହିଳା ଅପହରଣ, ଏହି କ୍ଷେତ୍ରକୁ ନେଇ ଅନେକ ମାମଲା ରୁଜୁ ହେଉଛି। ତେବେ ଗୋଟିଏ ନାରୀ ପାଇଁ ଏମିତି ସମାଜରେ ବଞ୍ଚିବା ବହୁତ କଷ୍ଟକର ଅଟେ।
-
ଆଜିର ସମାଜ ବହୁତ କଳୁଶିତ ହୋଇଗଲାଣି। ନାରୀଙ୍କୁ ସୁରକ୍ଷା ଦେବା ବହୁତ ଦୂର ପ୍ରଥମେ ସମ୍ମାନ ଦେବା ଏହି ସମାଜକୁ ଶିଖିବାକୁ ହେବ। ନାରୀ ବିନା ଏହି ସୃଷ୍ଟି ଅଧା । କିନ୍ତୁ ଆଜିର ନାରୀ ଘରୁ ବାହାକୁ ପାଦ ଦେବାକୁ ଡରୁଛନ୍ତି। ସର୍ମ୍ପକରେ ଧୋକା ପାଇବା ଠାରୁ ଆରମ୍ଭ କରି ବିବାହ ପରେ ନିର୍ଯାତନାର ଶିକାର ମଧ୍ୟ ହେଉଛନ୍ତି। ଏହା ସବୁକୁ ସମ୍ପୂର୍ଣ୍ଣ ରୋକିବା କଷ୍ଟକର ହେଲେ ବି ଏହାକୁ ରୋକିବା ପାଇଁ ବିଭିନ୍ନ ଉନ୍ନତମୂଳକ ପଦକ୍ଷପ ଏବଂ କଢ଼ା ଆଇନ ପ୍ରଣୟନ କରିବା ନିହାତି ଆବଶ୍ୟକ।
(ପ୍ରିୟ ରଞ୍ଜନ ସାହୁ,ଛାତ୍ର)
-
ମୁଁ ଗୋଟିଏ ମହିଳା। ଆଉ ପ୍ରତିଦିନ ମହିଳା ମାନଙ୍କ ସହ ହେଉଥିବା ନିର୍ଯାତନାର ଖବର ଶୁଣି ଶୁଣି ନିଜକୁ ଡର ଲାଗୁଛି। ସମ୍ମାନ ଏବଂ ସୁରକ୍ଷା ଏହି ଦୁଇଟି ଜିନିଷର ବହୁତ ଅଭାବ ଅଛି ଆଜିର ସମାଜରେ। କେବଳ ଏତିକି ନୁହେଁ ଏହି ସବୁ ପାଇଁ ପରିବାର ମଧ୍ୟବହୁତ ଦାୟୀ ଅଟେ। ଆମେ ଆମ ଚର୍ତୁପାଶ୍ବରୁ ହୁଁ ସବୁ କିଛି ଶିଖିଥାଉ। ଆଉ ଆଜିର ସମାଜରେ ପୁରୁଷ ମାନେ ନିଜକୁ ବଡ ଏବଂ ମହାନ ଭାବୁଛନ୍ତି ଯାହାର ଫଳ ନାରୀ ମାନଙ୍କୁ ଭୋଗିବାକୁ ପଡୁଛି। ନାରୀ ମାନଙ୍କୁ ସବୁ ବେଳେ ଚୁପ ରହିବା ,ସହିବା ଶିଖାଯାଏ ଯାହା ପାଇଁ ଆଜିର ସମାଜରେ ନାରୀ ଏମିତି ଅସୁବିଧା ଏବଂ ନିର୍ଯାତନାର ଶିକାର ହେଉଛନ୍ତି।(ଶୁଭଲକ୍ଷ୍ମୀ ସେଠୀ)
-
ଆଜି ନୁହେଁ ବରଂ କେବେ ଠାରୁ ନାରୀ ମାନେ ଏହିସବୁ ନିର୍ଯାତନା ସହି ଆସୁଛନ୍ତି। ଏପରି ବହୁତ ମାମଲା ରହିଛି ଯାହା ଲୋକ ଲୋଚନକୁ ଆସିପାରୁନି। ମାତ୍ରା ଏହା ପୋଲିସ ଫାଇଲରେ ହିଁ ସିମୀତ ରହିଛି। ଆଜିର ନାରୀ ମାନେ ସ୍ବାଧୀନ ସତ କିନ୍ତୁ ନିଜ ସ୍ବଇଚ୍ଛାରେ ସେ କିଛି ବି କରିପାରେ ନାହିଁ। ସବୁ ବେଳେ ସବୁ ମୁହୁର୍ତ୍ତରେ ସେ ଅନୁମତି ହିଁ ଲୋଡିଥାଏ କାରଣ ଏହା ହେଉଛି ଆଜିର ସମାଜର ସତ୍ୟତା। ନାରୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ସହ ଆଇନକୁ ଆହୁରି ମଜବୁତ କରିବାକୁ ହେବ। ନାରୀକୁ ନିଜ ସୁରକ୍ଷା ନିଜେ କରିବାକୁ ହେବ , ତାକୁ ସୁରକ୍ଷା ଯୋଗାଇ ଦେବାରେ ଏହି ସମାଜ ଆଦୌ ସକ୍ଷମ ନୁହେଁ। (ସୁଚିସ୍ମିତା ଦାଶ,ଛାତ୍ରୀ)