ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ରବିବାର ସନ୍ଧ୍ୟାରେ ଏହା ଅବପାତର ରୂପ ନେଇଛି । ଏବେ ଏହା ସମୁଦ୍ର ଉପରେ ସକ୍ରିୟ ଥିବାବେଳେ ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ଚାନ୍ଦବାଲି ଦେଇ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବ । ଏହାର ପ୍ରଭାବରେ ରାଜ୍ୟରେ ରବିବାର ଅବିଶ୍ରାନ୍ତ ବର୍ଷା ହୋଇଛି । ଉତ୍ତର ଓଡ଼ିଶା ଦକ୍ଷିଣ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଗୁଡ଼ିକରେ ପ୍ରବଳ ବର୍ଷା ଜାରି ରହିଛି । ୧୩ ତାରିଖ ସକାଳ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ବିତ୍ପାତ ଜାରି ରହିବ ପରେ ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଶେଷଜ୍ଞ ତଥା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ଗତିଶୈଳ ଲଘୁଚାପ କ୍ଷେତ୍ର ଓ ଲଗାଣ ବର୍ଷାକୁ , ଦୃଷ୍ଟିରେ ରଖ୍ ସତର୍କ ରହିବାକୁ ଆଞ୍ଚଳିକ ପଣିପାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସୃଷ୍ଟି ଲଘୁଚାପ ଉତ୍ତର – ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ୭.୬ କିମି ଯାଏଁ ବାୟୁମଣ୍ଡଳ ସଂଲଗ୍ନ ରହିଛି । ଆସନ୍ତା କାଲିଠାରୁ ରାଜ୍ୟରେ ଜୋରଦାର ବର୍ଷାଲାଗି ରହିଛି। ବର୍ଷା ପାଣିଲେ ଭାସୁଛି ରାଜଧାନୀ। ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ରାଜ୍ୟରେ ଗତ୨୪ ଘଣ୍ଟା ଭିତରେ ୧୯୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହାସହ କଟକରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଏହାଂ ସହ ଆସନ୍ତା ୨୪ ଆହୁରି ପ୍ରବଳ ବର୍ଷା ହେବ । ଏନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଛଡ଼ା ପୁରୀରେ ସର୍ବାଧିକ ୩୨୯ ମିଲିମିଟର ବର୍ଷା ଓ ପାରାଦୀପରେ ମଧ୍ୟ ୨୧୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।