ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ଲଘୁଚାପ ବର୍ଷାରେ ଫୁଲୁଛି ଓଡିଶା। ଜାରି ରହିଛି ଲଗାଣ ବର୍ଷା । ତେବେ ପୁଣି ଏକ ଘୁର୍ଣ୍ଣିବଳୟର ଆକଳନ କରୁଛି ପାଣିପାଗ ବିଭାଗ। ତେବେ ଆସନ୍ତା ୧୭ ତାରିଖରୁ ପୁଣି ବର୍ଷା ହେବ ବୋଲି ଆଜି ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। । ସେ ପୂର୍ବାନୁମାନ କରିଛନ୍ତି ଯେ,ଆସନ୍ତା ୧୭ ତାରିଖ ପାଖାପାଖି ଉତ୍ତର ବଙ୍ଗୋପ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୧୮ ତାରିଖ ସକାଳ ପାଖାପାଖି ଉତ୍ତର ଓ ଉପକୂଳରେ ପହଞ୍ଚିବ। ତେଣୁ ଏହାର ପ୍ରଭାବରେ ୧୭ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ। ତେବେ ଅଧିକ ପରିମାଣରେ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।