ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ପାଣି ପାଗ ବିଭାଗର ଆକଳନ ଅନୁସାରେ , ସ୍ଵତନ୍ତ୍ର ରିଲିଫ୍ କମିଶନର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା ଉପରାନ୍ତେ ରେଡ ୱାର୍ଣିଙ୍ଗ ଜାରି କରାଯାଇଛି। ଏହାସହ ବାରଗୋଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ହେତୁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା,ଢେଙ୍କାନାଳ, ନୟାଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ସୋନପୁର, ବରଗଡ଼, ଜିଲ୍ଲାରେ ଅବସ୍ଥିତ ସମସ୍ତ ବିଦ୍ୟାଳୟକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଏଥିପାଇଁ ୧୩ ତାରିଖ ଏଵଂ ୧୪ ତାରିଖ ଦିନ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ସରକାର ସ୍ଥିର କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଜାରି କରିଛନ୍ତି।