ସନଷ୍ଟାର ଟିଭି ବ୍ୟୁରୋ
ଭଦ୍ରକ: ଲଘୁଚାପ ଜନିତ ଲଗାଣବର୍ଷା ଓ ପବନ ଯୋଗୁ ଅଶାନ୍ତ ହୋଇଥିବା ସମୁଦ୍ରରୁ ଉଠି ଆସୁଛି ଉଚ୍ଚ ଜୁଆରପାଣି। ଯାହାର ପ୍ରଭାବରେ ତଳମୁଣ୍ଡରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଚାନ୍ଦବାଲି ଅଞ୍ଚଳର ବହୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଥିବା ବେଳେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚରୁ ପାଣି। ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯିବାରୁ ସକାଳ ପହିଲି ନୀତିକାନ୍ତୀରେ ମଙ୍ଗଳ ଆଳତୀ, ପୂଜାର୍ଚ୍ଚନା ବିଳମ୍ବ ହୋଇଛି। ଏବେ ମଟର ଚାଳିତ ପମ୍ପ ଦ୍ବାରା ଜଳନିଷ୍କାସନ କରାଯାଉଥିବା ମନ୍ଦିର ପ୍ରଶାସନିକ ଅଧିକାରୀ କହିଛନ୍ତି। ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ସୋମବାର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପ୍ରାୟ ୧ ଫୁଟ ଉଚ୍ଚତାରେ ପାଣି ଥିବାରୁ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ବୁଡିଯାଇଛି। ଫଳରେ ମଙ୍ଗଳ ଆଳତି ସହ ଦୈନନ୍ଦିନ ନୀତିକାନ୍ତି ପୂଜାରେ ବିଳମ୍ବ ହୋଇଛି । ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁଁ ଗର୍ଭଗୃହରେ ପାଣି ଜମିଥିବା ଜଣାପଡିଛି। ପ୍ରତିବର୍ଷ ବନ୍ୟା କିମ୍ବା ଅତ୍ୟଧିକ ବର୍ଷା ହେଲେ ଏଭଳି ସ୍ଥିତି ଉପୁଜିଥାଏ। ଏଥିରେ ସୁଧାର ଆଣିବା ପାଇଁ ଗର୍ଭଗୃହ ଚଟାଣ ମରାମତି କାର୍ଯ୍ୟ ବାରମ୍ବାର କରାଯାଉଥିଲେ ବି କୌଣସି ସୁଫଳ ମିଳୁ ନ ଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି। ଏ ନେଇ ଅସନ୍ତୋଷ ମଧ୍ୟ ଦେଖାଦେଇଛି ।