ସନଷ୍ଟାର ଟିଭି ବ୍ୟୁରୋ
କଟକ: ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଇକମୋ ଚିକିତ୍ସିତ ହେଉଥିବା ଆଉ ଜଣେ ରୋଗୀଙ୍କ ଗତକାଲି ରାତିରେ ମୃତ୍ୟୁ ହୋଇଛି। ବଲାଙ୍ଗିରର ଜଣେ ମହିଳା ଫୁସଫୁସ ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେହି ଦିନଠାରୁ ସେ ଇକମୋ ଚିକିତ୍ସିତ ହେଉଥିଲେ। ଗତକାଲି ବିଳମ୍ବିତ ରାତିରେ ସେ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହାପୂର୍ବରୁ ଶନିବାର ବିଳମ୍ବତ ରାତିରେ ଜଣେ ଇକମୋ ରୋଗୀ ଆଖିବୁଜିଥିଲେ ।