ସନଷ୍ଟାର ଟିଭି ବ୍ୟୁରୋ
ଫିରୋଜାବାଦ: ଫିରୋଜାବାଦ ବଢ଼ିବାରେ ଲାଗିଛି ଡେଙ୍ଗୁ ଆତଙ୍କ । ଡାକ୍ତରଖାନାରେ ଭର୍ତ୍ତି ହେବାର ୩ଘଣ୍ଟା ପରେ ପିତାମାତାଙ୍କ ସାମ୍ନାରେ ଆଖି ବୁଜିଲା ଜଣେ ପାଞ୍ଚ ବର୍ଷର ଝିଅ। ଡେଙ୍ଗୁ ଜ୍ବରେ ପୀଡିତ ହୋଇ ଡାକ୍ତରଖାନା ଶଯ୍ୟାରେ ଜଣେ ପାଞ୍ଚ ବର୍ଷର ଝିଅର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣାଟି ଘଟିଛି ଫିରୋଜାବାଦର ହସ୍ପିଟାଲରେ। ଖବରମୁତାବକ ମୃତ ବାଳିକାଙ୍କର ଭାଇ ସକାଳ ୮ ଟାରେ ଡାକ୍ତରଖାନାକୁ ତାଙ୍କ ଭଉଣୀକୁ ଆଣିଆସିଥିଲେ। ଦିନ୧୧ ପର୍ଯ୍ୟନ୍ତ ତାଙ୍କୁ କୌଣସି ଟ୍ରିଟ୍ ମେଣ୍ଟ ଯୋଗାଇ ଦିଆଯାଇ ନଥିଲା। ୧୨ଟା ପରେ ବେଡ ମିଳିଲା ଏବଂ ତାର କିଛି କ୍ଷଣ ପରେ ଝିଅଟି ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲା।
ଡାକ୍ତରଙ୍କର ଅବହେଳା ପାଇଁ ତାର ଜୀବନ ଚାଲିଗଲା ବୋଲି ମୃତ ଝିଅର ଭାଇ ଅଭିଯୋଗ ଆଣିଛନ୍ତି। ଏହାସହ ସେ ପ୍ରକାଶ କରିଛନ୍ତି ଯେ ମୋ ଭଉଣୀ ବର୍ତ୍ତମାନ ନିରାପଦରେ ଥାଆନ୍ତା ଯଦି ତାଙ୍କୁ ଠିକ୍ ସମୟରେ ଚିକିତ୍ସା ଯୋଗାଇ ଦିଆଯାଇଥାନ୍ତା। ଆମେ ତାଙ୍କ ଅବସ୍ଥା ବିଷୟରେ କର୍ମଚାରୀଙ୍କୁ ବାରମ୍ବାର କହିଥିଲୁ କିନ୍ତୁ ତଥାପି ସେମାନେ ଆମ ଅନୁରୋଧକୁ ଧ୍ୟାନ ଦେଲେ ନାହାଁ ଯାହା ପାଇଁ ମୋ ଭଉଣୀ ଏବେ ଚାଲିଗଲା। ଏବଂ ମୋ ଭଉଣୀ ର ମୃତ୍ୟୁ ପାଇଁ ଏଠାକାର ଡାକ୍ତର ଏବଂ କର୍ମଚାରୀ ହିଁ ଦାୟୀ।
ପରିବାରର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ଶରୀରର ତାପମାତ୍ରା ଅଧିକ ଥିଲେ ମଧ୍ୟ ତାଙ୍କୁ ଆଡମିଶନରୁ ବଞ୍ଚିତ କରାଯାଇଥିଲା।ଡାକ୍ତରମାନେ କିଛି କରିନାହାଁନ୍ତି। ସେମାନେ କେବଳ ଟଙ୍କା ଚାହୁଁଛନ୍ତି ବୋଲି ଅନ୍ୟ ଜଣେ ସମ୍ପର୍କୀୟ କହିଛନ୍ତି।
ଗତ ସପ୍ତାହରେ ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ଦାବି କରିଥିଲେ ଯେ ସରକାରୀ ଡାକ୍ତରଖାନାଗୁଡ଼ିକରେ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଅନେକ ରୋଗୀଙ୍କର ମୃତ୍ୟୁ ହେଉଛି। ଯାହା ବର୍ତ୍ତମାନ ସତ ବୋଲି ସାବ୍ୟସ୍ତ ହୋଇଛି। ସରକାରୀ ଡାକ୍ତର ମାନେ ନିଜର କର୍ତ୍ତବ୍ୟ ଯଦି ଠିକ ଭାବରେ କରନ୍ତି ତେବେ ସ୍ଥିତିରେ ସୂଧାର ଆସିବ ବୋଲି ଆଶା ପ୍ରକାଶ ପାଉଛି।