ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ପଶ୍ଚିମ ଓଡିଶାର ସବୁଡାରୁ ବଡ ପର୍ବ ହେଉଛି ନୂଆଁଖାଇ। ନୂତନ ଲଗ୍ନ ଅନୁସାରେ ଆଜି ମାଁ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ପରେ ଘରେ ଘରେ ଏହି ଉତ୍ସବ ପାଳନ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ କରୋନା କଟକଣା ପାଇଁ ନୂଆଁଖାଇର ଆସର ଫିକା ପଡିଛି। ସୂଚନାଅନୁଯାୟୀ ଏହି ଦିନ ଚାଷୀ ତାର ପ୍ରଥମ ଅନ୍ନକୁ ନିଜର ଇଷ୍ଟଦେବୀଙ୍କ ଠାରେ ଲାଗି କରାଇ ବର୍ଷ ସାରା ଭଲ ଫସଲ ପାଇଁ ମାଁଙ୍କୁ ମନାସିଥାଏ।
ପରମ୍ପରା ଅନୁଯାୟୀ, ସମ୍ବଲପୁର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିର ଶନିବାର ଭୋର ୪ଟାରୁ ଖୋଲା ଯାଇଥିଲା। ମା’ଙ୍କୁ ସ୍ନାନ ପରେ ନୂଆବସ୍ତ୍ର ପରିଧାନ କରାଯାଇ ଗୁପ୍ତପୂଜା କରାଯାଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସକାଳ ୧୦ଟା ୧୫ରୁ ୧୦ଟା ୨୫ମଧ୍ୟରେ ନବାନ୍ନ ଲାଗି କରାଯାଇଛି । ତେବେ ଚଳିତ ବର୍ଷ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଜିଲା ପ୍ରଶାସନର ଅନୁମତି କ୍ରମେ ଶ୍ରଦ୍ଧାଳୁ ୧୨ଟା ୩୦ରୁ ୫.୩୦ ଯାଏ ମା’ଙ୍କ ଦର୍ଶନ କରି ପାରିବେ। ତେବେ ମା’ଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଘରର ମୁରବୀ ଓ ଅନ୍ୟମାନେ ମିଶିି ପ୍ରସାଦ ପାଇଛନ୍ତି।