ସନଷ୍ଟାର ଟିଭି ବ୍ୟୁରୋ
କୋଲକାତା : ପଶ୍ଚିମବଙ୍ଗର ଭବାନୀପୁର ଆସନରେ ଆସନ୍ତା ଅକ୍ଟୋବର ୪ ତାରିଖରେ ଉପନିର୍ବାଚନ ଅଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ଲଢ଼ିବେ ତେବେ ବିଜେପି ମମତାଙ୍କ ବିରୋଧରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ଉକ୍ତ ମହିଳା ପ୍ରାର୍ଥୀଙ୍କ ନାମ ପ୍ରିୟଙ୍କା ତିବ୍ରେଓ୍ବାଲ୍ ବାବୁଲ୍ ସୁପ୍ରିୟୋଙ୍କର ସେ ଆଇନଗତ ପରାମର୍ଶଦାତା ଥିଲେ। ଭବାନୀପୁର ଭଳି ହାଇ ପ୍ରୋଫାଇଲ୍ ଆସନରୁ ସେ ମମତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ । ତିବ୍ରେଓ୍ବାଲ୍ ପୂର୍ବରୁ ୨୦୧୫ କୋଲକାତା ପୌର ପରିଷଦ ନିର୍ବାଚନରେ ମଧ୍ୟ ଜଣେ ବିଜେପି ପ୍ରାର୍ଥୀ ଭାବେ ଲଢ଼ିଥିଲେ କିନ୍ତୁ ଟିଏମ୍ସିର ସପନ ସମାଦାରଙ୍କଠାରୁ ସେ ହାରିଥିଲେ । ୨୦୧୪ ଅଗଷ୍ଟରେ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ଭାଳିଥିଲେ । ୨୦୨୦ ଅଗଷ୍ଟରେ ତାଙ୍କୁ ପଶ୍ଚିମବଙ୍ଗରେ ବିଜେଇଏମ୍ ( ଭାରତୀୟ ଜନତା ଯୁବ ମୋର୍ଚ୍ଚ ) ଉପସଭାପତି କରାଯାଇଥିଲା । ତିବ୍ରେଓ୍ବାଲ୍ କହିଛନ୍ତି , ଯଦି ଦଳ ମତେ ଭବାନୀପୁରରୁ ପ୍ରାର୍ଥୀ କରେ ତେବେ ମୁଁ ଶତ ପ୍ରତିଶତ ଉଦ୍ୟମ ଲଗାଇ ଲଢ଼ିବି।