ସନଷ୍ଟାର ଟିଭି ବ୍ୟୁରୋ
ଜଳେଶ୍ବର : ଜ୍ଞାନ,ବୁଦ୍ଧି, ସମୃଦ୍ଧି ଏବଂ ଭାଗ୍ୟର ଦେବତା ସବୁଠାରେ ଶ୍ରୀ ଗଣେଶ ଅଗ୍ରପୂଜ୍ୟ। କୌଣସି ନୂତନ ଉଦ୍ୟମ ଆରମ୍ଭରେ କିମ୍ବା ଯାତ୍ରା ଆରମ୍ଭରେ ତାଙ୍କୁ ସର୍ବାଗ୍ରେ ପୂଜା କରାଯାଏ । ହିନ୍ଦୁଧର୍ମରେ ପାଳିତ ପ୍ରମୁଖ ପର୍ବପର୍ବାଣୀ ମଧ୍ୟରୁ ଗଣେଶ ଚତୁର୍ଥୀର ଏକ ସ୍ଵାତନ୍ତ୍ରତା ରହିଛି । ଏହି ଦିନରେ ବୁଦ୍ଧି , ସଂବୃଦ୍ଧି ଓ ସୌଭାଗ୍ୟ ଦେବତା ଶ୍ରୀଗଣେଶଙ୍କ ଜନ୍ମ ହୋଇଥିଲା । ଏହାକୁ ବିନାୟକ ଚତୁର୍ଥୀ ନାମରେ ମଧ୍ୟ ଜଣାଯାଏ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଏ। ତେବେ ଗଶେଶ ମୂର୍ତ୍ତିରେ ମଧ୍ୟ ଏବେ ବହୁ ପରିବର୍ତ୍ତନ ଦେଖାଗଲାଣି। ଶିଳ୍ପୀ ମାନେ ନିଜ ଇଚ୍ଛା ରେ କିଛି ନୂଆ କରିଦେଖାଇବାର ଉଦ୍ୟମ ଚଳାଉଛନ୍ତି। ଜଳେଶ୍ବର ବ୍ଲକ ଖୁଦୀଆମାଝୀସାହି ପଂଚାୟତ ବେହେରାସାହି ଗାଁର ବାଲୁକା ଶିଳ୍ପୀ ଅଜୟ କୁମାର ଘୋଷ ଗଣେଶ ଚତୁର୍ଥୀ ଉପଲକ୍ଷେ ବାଲିରେ ୬ଫୁଟ ଉଚ୍ଚତାର ଗଣେଶ ମୂର୍ତି ତିଆରି କରିଛନ୍ତି।
ସୂଚନା ଅନୁଯାୟୀ ଅଜୟ କୁମାର ଘୋଷ ଜଣେ ବାଲୁକା ଶିଳ୍ପୀ ସହିତ ଜଣେ କନିଷ୍ଠ ଶିକ୍ଷକ ଅଟନ୍ତି। ସେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ହାତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ଆଜି ସେ ରାଇରଙ୍ଗପୁରର ଗୋଲେଇ ଛକରେ ବାଲିରେ ଗଣେଶ ମୂର୍ତ୍ତି ତିଆରି କରି ଜନସାଧାରଣଙ୍କୁ ଶୁଭେଚ୍ଛା ଦେଇଛନ୍ତି।