ସନଷ୍ଟାର ଟିଭି ବ୍ୟୁରୋ
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୈର୍ଯ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିଛନ୍ତି। ରାଜ୍ୟପାଳଙ୍କ ସଚିବ ବି.କେ ସନ୍ଥ ଏହା ନିଶ୍ଚିତ କରିଛନ୍ତି। ଅଗଷ୍ଟ ୨୬ ରେ ବେବି ରାନି ମୈର୍ଯ୍ୟ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବରେ ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ସମାପ୍ତ କରିଛନ୍ତି।
ଦୁଇ ଦିନ ପୂର୍ବେ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ ପରେ ତାଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା ତୀବ୍ର ହେବାରେ ଲାଗିଲା। ତାଙ୍କୁ ଉତ୍ତରପ୍ରଦେଶ ବିଜେପିରେ ଏକ ବଡ଼ ଦାୟିତ୍ୱ ଦେବା ନେଇ ଆଲୋଚନା ହେଉଛି। ଏଥି ସହ ବର୍ତ୍ତମାନ ରାଜ୍ୟର ନୂତନ ରାଜ୍ୟପାଳଙ୍କ ଦାୟିତ୍ବ କିଏ ନେବେ ସେନେଇ ଆଲୋଚନା ଆରମ୍ଭ ହୋଇଛି।