ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆୟେଶା ମୁଖାର୍ଜୀଙ୍କ ସହ ବିବାହର ପ୍ରାୟ ୯ ବର୍ଷ ପରେ ଏବେ ବିଚ୍ଛେଦର ସମ୍ମୁଖୀନ ହୋଇଛନ୍ତି ଭାରତୀୟ କ୍ରିକେଟର୍ ଶିଖର ଧାୱନ। ମଙ୍ଗଳବାର ଏହି ସେଲିବ୍ରିଟି ଯୋଡ଼ି ପରସ୍ପରଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ଆୟେଶା ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପ୍ରଥମେ ଏହାର ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ତାଙ୍କ ନାମକୁ ‘ ଆୟେଶା ଧାୱନ’ରୁ ‘ ଆୟେଶା ମୁଖାର୍ଜୀ’କୁ ବଦଳାଇ ଦେଇଛନ୍ତି । ମେଲବର୍ଣ୍ଣର ମୁଷ୍ଟିଯୋଦ୍ଧା ଆୟେଶାଙ୍କୁ ଧାୱନ ୨୦୧୨ ମସିହା ଅକ୍ଟୋବର ୩୦ରେ ବିବାହ କରିଥିଲେ । ଆୟେଶା ଙ୍କ ପ୍ରଥମ ସ୍ବାମୀର ଦୁଇ କନ୍ୟା ସନ୍ତାନକୁ ମଧ୍ୟ ଧାୱନ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଧାୱନ – ଆୟେଶାଙ୍କର ଗୋଟିଏ ପୁତ୍ର ସନ୍ତାନ ଜୋରାବର ମଧ୍ୟ ରହିଛି । ସେ ବିଚ୍ଛେଦର କିଛି କାରଣ ଦର୍ଶାଇନାହାନ୍ତି , କିନ୍ତୁ ବିବାହ ପ୍ରତିଶ୍ରୁତିରେ ବିଫଳ ହେଲେ ବୋଲି ସ୍ବୀକାର କରିଛନ୍ତି । ପଶ୍ଚିମବଙ୍ଗର ମୂଳ ଅଧିବାସୀ ଆୟେଶା ମାତ୍ର ୮ ବର୍ଷ ବୟସରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ । ସେ ଧାୱନଙ୍କ ପୂର୍ବରୁ ଜଣେ ଅଷ୍ଟ୍ରେଲୀୟ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ସେ ୨୦୦୦ ଏବଂ ୨୦୦୫ରେ ଆଲିଆ ଓ ରିଆ ନାମରେ ଦୁଇ ଝିଅକୁ ଜନ୍ମ ଦେଇଥିଲେ। ବିଚ୍ଛେଦ ଖବରକୁ କିନ୍ତୁ ଶିଖର ଧାୱନ ସ୍ପଷ୍ଟ କରିନାହାନ୍ତି । ସେ ବର୍ତ୍ତମାନ ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବାକୁ ସେ ଏବେ ୟୁଏଇରେ ରହିଛନ୍ତି ।