ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ :ବଲିଉଡ ଅଭିନେତା ରଣବୀର ସିଂ ସବୁ ବେଳେ ତାଙ୍କ ଅତରଙ୍ଗୀ ବେଶଭୂଷା ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଆସିଛନ୍ତି। କେତେ ବେଳେ ତାଙ୍କୁ ଲମ୍ବା ସ୍କର୍ଟରେ ଦେଖିବାକୁ ମିଳେ ତ କେବେ ବଡ ଟୋପିରେ। ସବୁବେଳେ ତାଙ୍କ ନୂଆ ଷ୍ଟାଇଲକୁ ନେଇ ବଲିଉଡ ହଟ ଟପିକ ପାଲଟିଥାଆନ୍ତି। ତେବେ ଏହି ସେଲିବ୍ରେଟିଙ୍କର ଲୁକ୍ ତାଙ୍କ ପ୍ରଶଂସକ ମାନେ ମଧ୍ୟ ଖୁବ ପସନ୍ଦ କରିଥାଆନ୍ତି। ଏହାକୁ କିଛି କିଛି ଅନୁକରଣ ମଧ୍ୟ କରିଥାଆନ୍ତି। ତେବେ ପୁଣି ଏକ ନୂଆ ଲୁକରେ ଦେଖାଦେଇଛନ୍ତି ରଣବୀର। ବିମାନବନ୍ଦରରେ ତାଙ୍କର ନୂଆ ହେୟାର ଷ୍ଟାଇଲରେ ଦେଖିବାକୁ ମିଳିଛନ୍ତି ରଣବୀର। ଏଥିରେ ସେ ତାଙ୍କର କେଶକୁ ଦୁଇଟ ଭାଗ କରି ବାନ୍ଧିଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ରଣବୀର ଙ୍କର ଏହି ଲୁକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ରଣବୀରଙ୍କ ଏହ ଲୁକ୍ କୁ ନେଇ ରଣବୀରଙ୍କର ବହୁ ପ୍ରଶଂସକ ମାନେ ତାଙ୍କୁ ବହୁତ କମେଣ୍ଟ ଆଉ ଲାଇକ କରୁଛନ୍ତି।