ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିଧାନ ସଭା ଆଗରେ ହାତ କାଟିଲେ ଯୁବକ। ଏସସିବିରେ ଚିକିତ୍ସା ଅଭାବ ହେତୁ ଯୁବକଜଣକ ଏଭଳି କରିଥିବା ଜଣାପଡିଛି। ସୂଚନା ମୁତାବକ, କଟକ ଏସସିବିରେ ଚିକିତ୍ସା ଅଭାବକୁ ନେଇ ବିରୋଧ କରିବା ସହ ନିଜ ହାତ କାଟିଦେଇଥିଲେ । ଏହା ପରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ଏହି ଘଟଣା ପରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧର କରି ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି କରାଯାଇଛି। ଯୁବକଜଣକ ଜଗତସିଂହପୁରର କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ବୋଲି ଜଣାପଡିଛି। ସୂଚନା ମିଳୁଛି ଯେ ଚିକିତ୍ସା ଅଭାବକୁ ନେଇ ଏହି ଉତ୍ତେଜନା ଦେଖାଦେଇଛି।