ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ମାଁ ଅରୁଣା ଭାଟିଆ ଅସୁସ୍ଥ ଥିବାରୁ କିଛି ଦିନ ତଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଥିଲା। ଅଭିନେତାଙ୍କ ମା କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ମୁମ୍ବାଇର ହିରାନନ୍ଦାନୀ ଡାକ୍ତରଖାନାରେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଅକ୍ଷୟ ତାଙ୍କ ମାଆଙ୍କ ସହ ଅତ୍ୟଧିକ ଜଡିତ ଏବଂ ତାଙ୍କ ଅବସ୍ଥା ଭଲ ନ ଥିବାରୁ ସେ ତାଙ୍କଠାରୁ ଦୂରରେ ରହିପାରିନଥିଲେ ତେଣୁ ହଠାତ୍ ନିଷ୍ପତ୍ତି ନେଇ ସେ ଭାରତକୁ ଫେରି ଆସିଥିଲେ । ମାଁ ଅସୁସ୍ଥ ଖବର ଜାଣିକି ସେ ଧର୍ଯ୍ୟ ଧରି ପାରିଲେ ନଥିଲେ କିନ୍ତୁ ଆଜି ତାଙ୍କର ମାଆଙ୍କର ମୃତ୍ୟ ହୋଇଛି। ଏହି ସୂଚନା ଅକ୍ଷୟ ତାଙ୍କ ଟ୍ବିଟ ସାହାର୍ଯ୍ୟରେ ଜଣାଇଛନ୍ତି। ମାଆଙ୍କର ନିଧନରେ ଭାଙ୍ଗି ପଡିଛନ୍ତି ଅକ୍ଷୟ।