ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟ ସରକାର ଏବଂ ପୂଜା କମିଟି ବୈଠକ ଶେଷ ହୋଇଛି। ବହୁ ପୂଜା କମିଟି ମୂତ୍ତିର ଉଚ୍ଚତା ଆଦି ବିଭିନ୍ନ ବିଷୟକୁ ନେଇ ବିକ୍ଷୋପ ପ୍ରଦର୍ଶନ କରୁଥିଲେ ଏଥିପାଇଁ ଆଜି ଏକ ବୈଠକ କରାଯାଇଥିଲା। ଯେଉଁଥିରେ ଦୁର୍ଗା ପୂଜା ବେଳେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ଓ ଆବଦ୍ଧ ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ପୂଜା କମିଟି ବୈଠକ ଶେଷ ହୋଇଛି । ବୈଠକ ସକାରାତ୍ମକ ରହିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ସଂପର୍କରେ ନିଷ୍ପତ୍ତି ନିଆଯିବ । ପୂଜା ମଣ୍ଡପର ୩ ପାଖରେ ପରଦା ରହିବା ସଂପର୍କରେ ଅକ୍ଟୋବର ମାସରେ ନିଷ୍ପତ୍ତି ନିଆଯିବ ।
ମୂର୍ତ୍ତି ଉଚ୍ଚତା ଚାରି ଫୁଟ ମଧ୍ୟରେ ସୀମିତ ରଖିବାକୁ ସରକାରଙ୍କ ପାର୍ବଣ ଗାଇଡଲାଇନ୍ସରେ ଉଲ୍ଲେଖ ଥିବାରୁ କଟକ ସହରର ପୂଜା କମିଟିଗୁଡିକ ପକ୍ଷରୁ ଆପତ୍ତି ପ୍ରକାଶ କରାଯାଇଥିଲା । ମଣ୍ଡପର ତିନି ପାର୍ଶ୍ବକୁ ପରଦାରେ ଆବଦ୍ଧ ରଖିବା ନିୟମ ନେଇ ବି ବିରୋଧର ସ୍ୱର ଉଠିଥିଲା । ଏ ବାବଦରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ସରକାର ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ରାଜି ଅଛନ୍ତି ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । ଭକ୍ତଙ୍କ ଦର୍ଶନ ନେଇ ପୂଜାବେଳର ସଂକ୍ରମଣ ସ୍ଥିତିକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସୂଚନା ଦେଇଛନ୍ତି।