ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇଁ: ନୂଆ ଲୁକରେ କମେଡି କ୍ୟୁଇନ ହାସ୍ୟ ଭାରତୀ ସିଂ। ଏହା ଭିତରେ ସେ ନିଜର ୧୫ କିଲୋଗ୍ରାମ ହ୍ରାସ କରିଛନ୍ତି। ଏବଂ ସେ ଏବେ ତାଙ୍କର ନୂଆ ଲୁକକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି। ଭାରତୀ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ସେ ଇଣ୍ଟର ଫାଷ୍ଟିଙ୍ଗ ଉପାୟ ଅନୁସରଣ କରଛନ୍ତି ଏବଂ ସେହିଥିରେ ଏତେ ଓଜନ ହ୍ରାସ କରି ପାରିଛନ୍ତି। ନିଜର ଓଜନ ହ୍ରାସକୁ ନେଇ ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସେ କହିଛନ୍ତି ଯେ ଓଜନ ହ୍ରାସ କରିବା ଦ୍ବାରା ମଧ୍ୟ ତାଙ୍କର ପୂର୍ବ ଚିକିତ୍ସା ଅବସ୍ଥାରେ ଯଥା ମଧୁମେହ ଏବଂ ଆଜମା ଭଳି ରୋଗକୁ କମାଇବାରେ ସାହାଯ୍ୟ କରିଛି। ଭାରତୀ ସିଂଙ୍କ ଓଜନ ପୂର୍ବରୁ ୯୧ କିଲୋଗ୍ରାମ ଥିଲା ଏବଂ ବର୍ତ୍ତମାନ ଏହାର ୭୬ କିଲୋଗ୍ରାମରେ ପହଞ୍ଚିଛି।
ତେବେ ସାକ୍ଷାତକାରରେ କହିଛନ୍ତି ସେ ତାଙ୍କ ସ୍ବାମୀ ତାଙ୍କର ଏହି ପରିବର୍ତ୍ତନରେ ଖୁସି ନାହାନ୍ତି। ତାଙ୍କୁ ଭାରତୀଙ୍କର ମୋଟା ପେଟ ସହ ଖେଳିବାକୁ ବହୁତ ଭଲ ଲାଗୁ ଥିଲା , ଯାହାକି ଏବେ ସେ ବହୁତ ମିସ୍ କରୁଛନ୍ତି।
ଭାରତୀ କହିଛନ୍ତି ମୁଁ ସନ୍ଧ୍ୟା ୭ ରୁ ୧୨ ଟା ମଧ୍ୟରେ ଖାଦ୍ୟ ଖାଏ ନାହିଁ। ମୁଁ କେବଳ ୧୨ ଟା ପରେ ଖାଦ୍ୟ ଉପରେ ଆକ୍ରମଣ କରେ। ସେ ଆହୁରି ମଧ୍ୟ କହିଛନ୍ତି, “ମୋ ଶରୀର ସନ୍ଧ୍ୟା ୭ଟା ପରେ ରାତ୍ରୀ ଭୋଜନ ଗ୍ରହଣ କରେ ନାହିଁ। ଏହାସହ ସେ କାହିଛନ୍ତି ମୁଁ ମୋ ଜୀବନର ୩୦-୩୨ ବର୍ଷ ବହୁତ ଖାଇବା ଖାଇଲି ଏବେ ଗୋଟିଏ ବର୍ଷ ଏହି ଇଣ୍ଟର ଫାଷ୍ଟିଙ୍ଗ ପଦ୍ଧତି ଅନୁକରଣ କରିଲି ଯାହା ଫଳରେ ମୁଁ ଆଜି ମୋ ଶରୀରରେ ଏପରି ପରିବର୍ତ୍ତନ ଆଣି ପାରିଛି। ଯାହାକୁ ନେଇ ମୁଁ ବହୁତ ଖୁସି ଅଛି।