ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଏବେ ଭଳି କି ଭଳି କମ୍ପାନୀର କିସମକିସମର ପାନିଆ ବଜାରରେ ଉପଲବ୍ଧ। ଗ୍ରାହକ ନିଜ ମନ ମୁତାବକ ପାନିଆ କିଣୁଛନ୍ତି ମଧ୍ୟ , ହେଲେ କେଶ ଝଡ଼ା କମ୍ ହେଉନାହିଁ । ଆଗ ସମୟରେ ଲୋକେ କାଠ ପାନିଆରେ କେଶ ସଜା କରୁଥିଲେ । ଏବେ ହାତଗଣତି କେତେଜଣ କାଠ ପାନିଆରେ କେଶ କୁଣ୍ଡାଇବାବେଳେ ଅଧିକାଂଶ ପ୍ଲାଷ୍ଟିକ୍ , ବିଦ୍ୟୁତ ଚାଳିତ ପାନିଆ ବ୍ୟବହାର କରୁଛନ୍ତି। ଏସବୁ ନୂଆ ଆକୃତିର ପାନିଆ କେଶର ସମସ୍ୟା ବଢ଼ାଇଥାଏ ବୋଲି ବିଶେଷଜ୍ଞଙ୍କ ମତ । ନିମ୍ବ କାଠର ଗୁଣ କାହାକୁ ଅଛପା। ନିମ କାଠିରେ ଆଜି ମଧ୍ୟ ଗାଁ ଗହଳିରେ ଲୋକେ ଦାନ୍ତ ଘଷୁଛନ୍ତି । କିନ୍ତୁ ବର୍ତ୍ତମାନ ଏବେ ନିମ୍ବ କାଠର ପାନିଆର ବ୍ୟବହାର ବହୁତ କମିଯାଇଛି। ତେବେ କାଠର ପାନିଆରେ ନିୟମିତ କେଶ କୁଣ୍ଡାଇଲେ ଅନେକ ସମସ୍ୟା ଦୂର ହୁଏ ।
-
କେଶ ସଂକ୍ରମିତ ହେଉଥିଲେ , ରୁପି ସମସ୍ୟା ଥିଲେ , ଏହି ନିମ୍ବ ପାନିଆରେ କେଶ କୁଣ୍ଡାଇବା ଭଲ ।
-
ଏପରିକି ଏହି ନିମ କାଠିରେ ତିଆରି ପାନିଆର ବ୍ୟବହାରରେ ମସ୍ତିଷ୍କରେ ରକ୍ତ ସଂଚାଳନ ଭଲଭାବେ ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି ।
-
ଏପରିକି ଏହି ନିମ କାଠିରେ ତିଆରି ପାନିଆର ବ୍ୟବହାରରେ ମସ୍ତିଷ୍କରେ ରକ୍ତ ସଂଚାଳନ ଭଲଭାବେ ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି ।
-
କେଶ ଅଧିକ ପରିମ।ଣରେ ଉପୁଡୁଥିଲେ ନିୟମିତ ନିମ କାଠ ପାନିଆରେ କୁଣ୍ଡାଇଲେ ଉପକାର ମିଳେ।
-
ଏପରିକି କେଶ ଘନତ୍ବ ବଢ଼ାଇବାକୁ ଚାହୁଁଥିଲେ , ଏହି ପାନିଆର ବ୍ୟବହାର କଲେ କିଛି ମାସ ପରେ ଫରକ୍ ଜାଣିପାରିବେ ।
ତେବେ ବର୍ତ୍ତମାନ ଏହି ପାନିଆ ଅନ ଲାଇନରେ ମଧ୍ୟ ବିକ୍ରି କରାଯାଉଛି। ଏବଂ ଏହାକୁ ଲୋକ ମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି। ଯେହେତୁ ଏହା ଅର୍ଗାନିକ ତେଣୁ ଏହାକୁ ବ୍ୟବହାର କରିବା ପାଇଁ ଲୋକେ ଅଧିକ ଆକୃଷ୍ଟ ହେଉଛନ୍ତି। ଏହାସହ ବଜାରରେ ମଧ୍ୟ ବିଭିନ୍ନ ଆକାରର ପାନିଆ ଉପଲ୍ବଧ ରହୁଛି।