ସନଷ୍ଟାର ଟିଭି ବ୍ୟୁରୋ
କୋଝିକୋଡ: କେରଳର ଆଉ ୧୧ଜଣଙ୍କଠାରେ ନିପା ଭୂତାଣୁର ଲକ୍ଷଣ ଦେଖାଯାଇଛି । ତେବେ ଏହି ବ୍ୟକ୍ତିମାନେ ନିପା ସଂକ୍ରମଣରେ ରବିବାର ପ୍ରାଣ ହରାଇଥିବା ୧୨ବର୍ଷର ବାଳକ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ମିଳୁଛି । ବାଳକର ସଂସ୍ପର୍ଶରେ ୨୫୧ଜଣ ଆସିଥିବାବେଳେ ୧୨୫ଜଣ ହେଉଛନ୍ତି ସ୍ଵାସ୍ଥ୍ୟ କର୍ମଚାରୀ । ୩୮ଜଣଙ୍କୁ ଏବେ ସଙ୍ଗରୋଧରେ ରଖାଯାଇଥିବାବେଳେ ୧୧ ଜଣଙ୍କଠାରେ ଲକ୍ଷଣ ପ୍ରକାଶ ପାଇଛି । ଏମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଲକ୍ଷଣଧାରୀଙ୍କ ମଧ୍ୟ ମୃତ ବାଳକର ମା ‘ ଓ ପରିବାର ସଦସ୍ୟ ଅଛନ୍ତି ।