ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: କିଛି ଦିନ ତଳେ ସ୍ବର୍ଗତ ବଲିଉଡ ଅଭିନେତା ଦିଲ୍ଲୀପ କୁମାରଙ୍କର ପତ୍ନୀ ସାୟରା ବାନୁଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କୁ ଶ୍ବାସପ୍ରକ୍ରିୟାରେ ଅସୁବିଧା ହେଉଥିବାର ସୂଚନା ମିଳିଥିଲା। ଏହାପରେ ତାଙ୍କର ଚିକିତ୍ସା ଜାରି ରହିଥିଲା।
ସୂଚନାମୁତାବତ ସେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଆଇସିୟୁରୁ ବାହାର କରାଯାଇଛି। ବର୍ତ୍ତମାନ ତାଙ୍କୁ ଘରକୁ ଅଣାଯାଇଛି। ସ୍ବାମୀ ଦିଲ୍ଲୀପ କୁମାରଙ୍କ ମୃତ୍ୟୁ ପରେ ସାୟରାଙ୍କର ସ୍ବାସ୍ଥ୍ୟ ଗତ ସମସ୍ୟା ଲାଗି ରହୁଥିବାର ଜଣାପଡୁଛି।