ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମୁଜାଫରନଗରରେ କୃଷକ ଏକତାର ଶକ୍ତି ପ୍ରଦର୍ଶନ କରି ୧୫ ଟି ରାଜ୍ୟରୁ ୩୦୦ ରୁ ଅଧିକ କୃଷକ ସଂଗଠନ ସଂୟୁକ୍ତ କିସାନ ମୋର୍ଚ୍ଚା (SKM) ଅଧୀନରେ ଅଂଶଗ୍ରହଣ କରିଥିଲେ। ଏହାସହ ଏହି ପ୍ରତିବାଦ ଜାରି ରଖିବାକୁ ସେମାନଙ୍କର ସଂକଳ୍ପକୁ ଦୋହରାଇଥିଲେ। ତିନୋଟି ବିବାଦୀୟ ଚାଷ ଆଇନକୁ ବିରୋଧ କରି କୃଷକମାନେ ସର୍ବସମ୍ମତି କ୍ରମେ ସେପ୍ଟେମ୍ବର ୨୭ ରେ ସମ୍ପୂର୍ଣ୍ଣ ଭାରତ ବାନ୍ଧ ପାଇଁ ଆହ୍ବାନ ଦେଇଛନ୍ତି । ବି.କେ.ୟୁ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଏହା ହେଉଛି କୃଷକଙ୍କ ଶକ୍ତି ଏବଂ ସରକାର କେତେ ଦିନ ପର୍ଯ୍ୟନ୍ତ ଆମ ଅଧିକାରକୁ ପ୍ରତ୍ୟାଖ୍ୟାନ କରିବେ ଆମେ ସେ ପର୍ଯ୍ୟନ୍ତ ଆନ୍ଦୋଳନରେ ବସି ରହିବୁ । ସେପଟେ କେନ୍ଦ୍ର ମନ୍ତ୍ରୀ କହୁଛନ୍ତି ଯେ ବାସ କିଛି ହାତ ଗଣତି କୃଷକ ମାନେ ହିଁ କୃଷି ଆଇନକୁ ବିରୋଧ କରୁଛନ୍ତି। ଏପର୍ଯ୍ୟନ୍ତ ଏହାର କୌଣସି ନିଷ୍କର୍ଷ ବାହାରି ପାରିନି। ଗତ ନଅ ମାସ ହେବ ହଜାର ହଜାର କୃଷକ ମାନେ ତିନୋଟି ବିବାଦୀୟ କୃଷି ଆଇନ କୁ ନେଇ ବିକ୍ଷୋପରେ ବସି ଅଛନ୍ତି। ସେପଟରେ କେନ୍ଦ୍ର ଏହାପ୍ରତି ଦୃଷ୍ଟିଆରୋପ ନକରି ଚୁପଚାପ ବସି ରହିଛି ।