ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ମାଁ ଅରୁଣା ଭାଟିଆଙ୍କ ସୋମବାର ସକାଳେ ଅସୁସ୍ଥ ହୋଇଯିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିପାଇଁ ଅକ୍ଷୟ ମାତାଙ୍କୁ ସହ ଯୋଗଦେବା ପାଇଁ ବ୍ରିଟେନରୁ ମୁମ୍ବାଇ ଫେରିଥିଲେ, ଅକ୍ଷୟ ତାଙ୍କର ସୁଟିଂ ପାଇଁ ବ୍ରିଟେନରେ ଥିଲେ।
ଅଭିନେତାଙ୍କ ମା କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ମୁମ୍ବାଇର ହିରାନନ୍ଦାନୀ ଡାକ୍ତରଖାନାରେ ଆଇସିୟୁରେ ଅଛନ୍ତି। ଅକ୍ଷୟ ତାଙ୍କ ମାଆଙ୍କ ସହ ଅତ୍ୟଧିକ ଜଡିତ ଏବଂ ତାଙ୍କ ଅବସ୍ଥା ଭଲ ନ ଥିବାରୁ ସେ ତାଙ୍କଠାରୁ ଦୂରରେ ରହିପାରିନଥିଲେ ତେଣୁ ହଠାତ୍ ନିଷ୍ପତ୍ତି ନେଇ ସେ ଭାରତକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅଭିନେତା ଗତ ଦୁଇ ସପ୍ତାହ ଧରି ବ୍ରିଟେନରେ ତାଙ୍କ ଚଳଚ୍ଚିତ୍ର ସିନ୍ଡ୍ରେଲା ପାଇଁ ସୁଟିଂ କରୁଛନ୍ତି। ଅକ୍ଷୟଙ୍କର କହିବା ଅନୁସାରେ କାମ ବଡ କିନ୍ତୁ ଏହା ପରିବାର ଠାରୁ ବଡ ନୁହେଁ। ତେଣୁ ମାଁ ଅସୁସ୍ଥ ଖବର ଜାଣିକି ସେ ଧର୍ଯ୍ୟ ଧରି ପାରିଲେ ନାହିଁ।