ସନଷ୍ଟାର ଟିଭି ବ୍ୟୁରୋ
ସେପ୍ଟମ୍ବେର ୫ ତାରିଖ। ଏହି ଦିନକୁ ଗୁରୁ ଦିବସ ରୂପେ ପାଳନ କରାଯାଏ। ଗୁରୁ ଏହା ଏକ ଏପରି ଛୋଟ ଶବ୍ଦଟିଏ ଯିଏ ନିଜ ଭିତରେ ପୂରା ବ୍ରହ୍ମାଣ୍ଡକୁ ସୀମିତ କରିପାରିବାର ସକ୍ଷମ ରଖିଥାଏ। ଗୁରୁ ଏବଂ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ ଶବ୍ଦ ତୂଳନା କରିବା ଅସମ୍ଭବ। ଗୁରୁଙ୍କର ଆର୍ଶୀବାଦ ବିନା କେହି କେବେ ସଫଳତାର ଶୀର୍ଷରେ ପହଞ୍ଚିପାରିବେ ନାହିଁ। ଗୁରୁଙ୍କର ଆଦେଶରେ ପ୍ରେରିତ ହୋଇ ଜଶଣ ଶିଷ୍ୟ ତାର ସଫଳତାର ସ୍ବାଦ ଚାଖିଥାଏ। ବିନା ସ୍ବାର୍ଥ ବିନା ଅର୍ଥରେ ଜଣେ ଗୁରୁ ତାର ଶିଷ୍ୟ ପାଇଁ ଅଶେଷ ଆର୍ଶୀବାଦ ଏବଂ ତାର ଶୁଭକାମନା ମନାସିଥାଏ ଯାହାର ଫଳ ସ୍ବରୂପ ଜଣେ ଶିଷ୍ୟ ତାର ଜୀବନରେ ଅଗ୍ରଗତି କରିଥାଏ। ତେବେ ଆଜି କାଲି ଏହି ଗୁରୁ ଶିଷ୍ୟର ସମ୍ପର୍କ କଳୁଶିତ ହେବାର ଲାଗିଲାଣି। ଲୋକ ମାନେ ଏହି ଦିବସର ଅସ୍ତିତ୍ବକୁ ଭୁଲି ଗଲେଣି। ଲିଭିଗଲାଣି ଏହି ପ୍ରାଚୀନ ସମ୍ପର୍କର ମହତ୍ବ। ତେବେ ଆଜିର ଦିନ କେବଳ ସେତିକିରେ ସୀମିତ ନୁହେଁ ଆଜି ହେଉଛି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜନ୍ମଦିନ । ବାସ୍ତବରେ ସେ ଏହି ଦିନକୁ ‘ଗୁରୁଦିବସ’ ଭାବରେ ପାଳନ କରିବାକୁ ଛାତ୍ରମାନଙ୍କ ନିକଟରେ ଇଚ୍ଛା ପ୍ରକାଶ କରିଥିଲେ। ସେହି ଦିନ ଠାରୁ ଆଜି ଦିନକୁ ଗୁରୁ ଦିବସ ରୂପେ ପାଳନ କରାଯାଏ। ତେବେ ଗୁରୁ ସର୍ବଦା ପୂଜନୀୟ, ଗୁରୁ ସର୍ବଦା ନମନୀୟ।
ଗୁରୁ ଯୁବସମାଜକୁ ବାଟ କଢ଼ାଇଥାଏ। ଏହି ମହାନ ଗୁରୁଙ୍କ ଉଦ୍ଦେଶ୍ୟରେ ଆଜି ସମଗ୍ର ଦେଶ ଗୁରୁଦିବସ ପାଳନ କରୁଛି। ସେହି ଜନନାୟକଙ୍କ ଚରଣରେ ଆଜିର ଦିନରେ କୋଟି କୋଟି ପ୍ରଣାମ ଜଣାଉଛୁ।