ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଉତ୍ତର ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଯାହାର ଫଳ ସ୍ବରୁପ ରାଜ୍ୟରେ ପାଣିପାଗ ପରିବର୍ତ୍ତନ ଦେଖାଯାଇଛି। ରାଜ୍ୟର କିଛି ସ୍ଥାନରେ ବର୍ଷାଲାଗି ରହିଥିବା ବେଳେ ଏହା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ଆଶା କରାଯାଉଛି। ଏହାର ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ। ଏହା ସହ ରାଜ୍ୟର କିଛି ଜିଲ୍ଲାକୁ ହେଲେଶ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର। ଏନେଇ ମତ୍ସ୍ୟଜୀବୀଙ୍କୁ ୬ ଓ ୭ ତାରିଖରେ ଉତ୍ତର ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।