ସନଷ୍ଟାର ଟିଭି ବ୍ୟୁରୋ
ରାୟଗଡା: ଆଜି ରାୟଗଡା ଜିଲ୍ଲା ବିଷମ କଟକ ଗ୍ରାମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲରେ ଗୁରୁ ଦିବସ ପାଳନ ହୋଇଯାଇଛି। ଅଜ୍ଞାନତା ଦୂର କରି ଜ୍ଞାନର ମାର୍ଗରେ ପରିଚାଳିତ କରିବାରେ ଗୁରୁଙ୍କ ଭୂମିକା ଅତୁଳନୀୟ।
ପବିତ୍ର ଗୁରୁଦିବସ ଅବସରରେ ବିଶିଷ୍ଟ ଦାର୍ଶନିକ, ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ମୁଖ୍ୟ ଅତିଥି ଭାବରେ ପ୍ରଶାନ୍ତ କୁମାର ପାଣିଗ୍ରାହୀ AE ନିରଞ୍ଜନ ବେହେରା JE ପୂର୍ବତନ ଶିକ୍ଷlବିତ ତ୍ରିନାଥ ଗୌଡ଼ ଦେବୀ ପ୍ରସାଦ ପଟ୍ଟନାୟକ ବିଜୁ ଜନତା ଦଳ ବ୍ଲକ ସଭାପତି ନାନୁ ପଣ୍ଡା ବରିଷ୍ଟ ନେତା ଡ଼ି ଶିବ ଜିଲ୍ଲା ସମ୍ପାଦକ ବିଜେଡ଼ି ସ୍କୁଲ କମିଟି ପୂର୍ବତନ ସଭାପତି ରାମଚନ୍ଦ୍ର ମିଣିୟାକା ଓ ଗଦାଧର ତ୍ରିପାଠୀ ଅନନ୍ତ ଶେଖର ବେହେରା,ନେତ୍ରାନନ୍ଦ ଶତପଥୀ,ସୁଦାମ ଚରଣ ଦାସ ଓ ଯୁବ ସମାଜ ସେବୀ ତଥା ବିଜୁ ଛାତ୍ର ଜନତା ଦଳ ବ୍ଲକ ସମ୍ପାଦକ ଅଶ୍ୱିନ କୁମାର ସେଠୀ ଏବଂ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ସରିଲା ପରେ ଭୋଜନ ର ବ୍ୟବସ୍ଥା ସ୍କୁଲ କର୍ତ୍ତୃପକ୍ଷ କରିଥିଲେ ଏହାସହ ସୁରୁଖୁରୁରେ କାର୍ଯ୍ୟକ୍ରମ ଟି ଶେଷ ହୋଇଥିଲା।(ରିପୋର୍ଟ :ଅଶ୍ୱିନୀ ସେଠୀ)