ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ମୌସୁମି ଅଧିବେଶନର ଚତୁର୍ଥ ଦିନରେ ଗୃହ ମୁଲତବୀ ନ ହୋଇ ବେଶ ସୁରୁଖୁରରେ ଚାଲିଛି ଗୃହକାର୍ଯ୍ୟ। ତେବେ ଆଜି ବିଧାନସଭାରେ କର୍ମଜୀବୀ ମହିଳା ମାନଙ୍କ ପାଇଁ ହଷ୍ଟେଲ ପ୍ରତିଷ୍ଠା ପ୍ରସଙ୍ଗ ଉଠିଥିଲା। ବିଧାନସଭାର ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, କର୍ମଜୀବୀ ମହିଳାମାନଙ୍କ ପାଇଁ ହଷ୍ଟେଲ ପ୍ରତିଷ୍ଠା କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ।
ଏହାର ଦାଇତ୍ବ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଦିଆଯିବ। ଏଥିଲାଗି ସେମାନଙ୍କ ଠାରୁ ମହିଳା ହଷ୍ଟେଲ ପ୍ରତିଷ୍ଠା ନେଇ ରିପୋର୍ଟ ମଗାଯାଇଛି । ଆବଶ୍ୟକତା ଅନୁଯାୟୀ ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ ହଷ୍ଟେଲ ନିର୍ମାଣ ପାଇଁ ବିଭାଗ ପଦକ୍ଷେପ ନିଆଯିବ।ଖୁବ୍ ଶୀଘ୍ର ୫ଟି ଜିଲ୍ଲାରେ ପ୍ରତିଷ୍ଠା ହେବ କର୍ମଜୀବୀ ମହିଳା ହଷ୍ଟେଲ । ସୁନ୍ଦରଗଡ଼, ଯାଜପୁର, ଖୋର୍ଦ୍ଧା, ବ୍ରହ୍ମପୁର ଓ ରାୟଗଡ଼ାରେ ୧୦୦ ଶଯ୍ୟାର ହଷ୍ଟେଲ ପାଇଁ ଜମି ଚିହ୍ନଟ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।
ଯେଉଁ କର୍ମଜୀବୀ ମହିଳାମାନେ ୩୫ ହଜାର ତଳେ ଦରମା ପାଉଥିବା ସେମାନେ ଏଠାରେ ରହି ପାରିବେ । ହଷ୍ଟେଲର ପରିଚାଳନା ପାଇଁ ଜିଲ୍ଲାପାଳ କମିଟି ଗଠନ କରିବେ । ଏହି କମିଟି ହଷ୍ଟେଲର ପରିଚାଳନା କରିବେ ବୋଲି ବିଧାନସଭାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।