ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ :ବିଶ୍ବର ଦୁଇଟି ବଡ଼ ସମସ୍ୟା ହେଉଛି ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ । ପଲିଥିନ୍ , ପ୍ଲାଷ୍ଟିକ୍ ଓ ପଚାଶଢ଼ା ଖାଦ୍ୟ ପରିବେଶକୁ ଅଧିକ ମାତ୍ରାରେ ପ୍ରଦୂଷିତ କରୁଛି । କିନ୍ତୁ ଏହି ବର୍ଜ୍ୟବସ୍ତୁକୁ ବିଭିନ୍ନ ଦେଶରେ ବିଭିନ୍ନ ଉପାୟରେ ନିୟାଜିତ କରିବାକୁ ଚେଷ୍ଟା କରୁଛନ୍ତି। ଭିନ୍ନ କ୍ଷେତ୍ରରେ ଭିନ୍ନ ଉପାୟ ଅବଲମ୍ବନ ମଧ୍ୟ କରାଯାଉଛି । ଏହି ଧାରାରେ ଜାପାନର ଏକ ହୋଟେଲ ରହିଛି ଯେଉଁଠାରେ ବର୍ଜ୍ୟବସ୍ତୁରୁ ବିଜୁଳି ଉତ୍ପାଦନ କରାଯାଉଛି। ପଚାଖାଦ୍ୟ ଓ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ବିଳୁଳି ଉତ୍ପାଦନ କ୍ଷେତ୍ରରେ ସଫଳ ହୋଇପାରିଛି ଜାପାନ। ଜାପାନସ୍ଥିତ ‘ କାସାକି କିଙ୍ଗ୍ ସ୍କାଇପ୍ରଣ୍ଟ ଟୋକ୍ୟୁ ରେ ‘ ନାମକ ଏକ ହୋଟେଲରେ ଏହି ବିଜୁଳିର ବିନିଯୋଗ କରାଯାଉଛି । ତେଣୁ ଏଭଳି ଅଭିନବ ଉପାୟରେ ବିଜୁଳି ପରିଚାଳନା କରୁଥିବା , ବିଶ୍ବର ପ୍ରଥମ ହୋଟେଲ ଭାବେ ଏହା ବେଶ୍ ନାଁ ଏବଂ ଖ୍ୟାତି ମଧ୍ୟ ଅର୍ଜନ କରିଛି।
ଏଠାରେ ବର୍ଜ୍ୟବସ୍ତୁକୁ ହାଇଡ୍ରୋଜେନ୍ ଉର୍ଜା ଶକ୍ତିରେ ପରିଣତ କରାଯାଏ । ଏହି କ୍ରମରେ ହୋର ହାଇଡ୍ରୋଜେନ୍ ୩୦ ପ୍ରତିଶତ ପ୍ଲାଷ୍ଟିକ୍ ଆବର୍ଜନାରୁ ଆସିଥିବାବେଳେ ୭୦ ପ୍ରତିଶତ ପଚାଶଢ଼ା ଖାଦ୍ୟରୁ ସୃଷ୍ଟି ହୋଇଥାଏ । ଏହି କୌଶଳକୁ ଜାପାନ କମ୍ପାନି ‘ ପୋସିବା ଆରମ୍ଭ କରିଛି । ଏହାର ବିଶେଷତ୍ୱ ହେଉଛି – ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ସିଷ୍ଟମ୍ ବିନା କାର୍ବନ୍ ହାଇଡ୍ରୋଜଙ୍କୁ ବିଜୁଳି ଶକ୍ତିରେ ପରିଣତ କରିଥାଏ । ଏହା ହାଇଡ୍ରୋଜେନ୍ ଇନ୍ଧନ ଶକ୍ତି ପାଇପ୍ ମାଧମରେ ଆସିଥାଏ । ଭଙ୍ଗା ପାନିଆ ଓ ଟୁଥିବ୍ରସ୍କୁ ମଧ୍ୟ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଭାବେ ବ୍ୟବହାର କରାଯାଏ । ଏହି ହୋଟେଲରେ ବାର୍ଷିକ ୪ ଲକ୍ଷ ୫୦ ହଜାର କିଲୋୱାଟ୍ ବିଜୁଳି ଉତ୍ପନ୍ନ ହୋଇଥାଏ , ଯାହାକି ୮୨ଟି ଘରକୁ ବର୍ଷସାରା ବିଜୁଳି ଯୋଗାଇବାରେ ସକ୍ଷମ । ତେବେ ଏହି ପଦ୍ଧତିକୁ ବିଶ୍ବସ୍ତରରେ ଆପଣାଇବା ଦ୍ବାରା ବର୍ଜ୍ୟବସ୍ତୁ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ।