ସନଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ଯାଜପୁର ଚିତାଳ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି, ପ୍ରେମ ନିବେଦନ କରି ଗିରଫ ହୋଇଥିବା ଅଧ୍ୟାପକଙ୍କୁ ବହିଷ୍କାର ଦାବି କଲେ ଛାତ୍ରଛାତ୍ରୀ। ଘଟଣା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଅବଗତ କଲେ କଲେଜ କର୍ତ୍ତୁପକ୍ଷ। ସେପଟରେ ବହୁ ସମୟ ଧରି କଲେଜ୍ ପରିଷରରେ ଛାତ୍ରଛାତ୍ରୀ ଙ୍କ ମଧ୍ୟ ଅଶାନ୍ତି ଦେଖିବାକୁ ମିଳିଥିଲା । କଲେଜ ର ଅଧ୍ୟକ୍ଷକ୍ ଛାତ୍ର ଛାତ୍ରୀ ମାନକୁ ବୁଝା ସୁଝା କରିବା ପରେ ଶାନ୍ତ ପଡ଼ିଥିଲା କଲେଜ୍ ପରିସର । ଅନ୍ୟପଟେ ଏହି ଘଟଣାକୁ ନେଇ କଲେଜ କର୍ତ୍ତୁପକ୍ଷ ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି । କଲେଜ ଅଧ୍ୟାପକ ନିରଂଜନ ପଣ୍ଡା ଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକଳାପକୁ କର୍ତ୍ତୁପକ୍ଷ ନିନ୍ଦା କରିବା ସହିତ ଏ ନେଇ କଲେଜ ପରିଚାଳନା ବୋର୍ଡ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଘଟଣା ସମ୍ପର୍କରେ କଲେଜ ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଲେଜ କର୍ତ୍ତୁପକ୍ଷ ମଧ୍ୟ ଦାବି କରିଛନ୍ତି । ତେବେ ଜଣେ ଅଧ୍ୟାପକଙ୍କ କାର୍ଯ୍ୟକଳାପ ପାଇଁ ସମଗ୍ର କଲେଜକୁ ବଦନାମ ନ କରିବା ପାଇଁ ମଧ୍ୟ ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କଲେଜ ପରିଚାଳନା ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ବଦ୍ରି ନାରାୟଣ ରାୟ ଏବଂ କଲେଜ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।