ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବିକାଶ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଏକାମ୍ର ହାଟ ପରିଦର୍ଶନ କରି ସେଠାରେ ନବୀକରଣ କାର୍ଯ୍ୟର ମୂଳ ସ୍ତରର ଅଗ୍ରଗତି କୁ ସମୀକ୍ଷା କରିଥିଲେ। ଏକାମ୍ରା ହାଟରେ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ,ଯେପରିକି ହସ୍ତତନ୍ତ, ବୟନଶିଳ୍ପ, ସାଧାରଣ ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତ ପରିବେଶଣ ସହିତ ଓଡିଶାର ଖାଦ୍ୟ ଏବଂ ରୋଷେଇ ସହିତ ଏହି ହାଟରେ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମ ପାଳିତ କରାଯାଉଥିବାରୁ ଏହାକୁ ବିକଶିତ କରିବାକୁ ଏବଂ ଏହାର ନବୀକରଣ କାର୍ଯ୍ୟକୁ ତ୍ବରିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।