ସନଷ୍ଟାର ଟିଭି ବ୍ୟୁରୋ

ରୁପିରୁ ରକ୍ଷା ପାଇବାକୁ ଚାହୁଁଥିଲେ ଆପଣ କିଛି ଘରୋଇ ଉପଚାର ରହିଛି ଏହାକୁ ବ୍ୟବହାର କରିବା ଦ୍ବାରା ଆପଣ ରୁପିରୁ ରକ୍ଷା ପାଇପାରିବେ। ଘରେ ପ୍ୟାକ୍ ତିଆରି କରି କେଶରେ ଲଗାନ୍ତୁ । ୨ ବିଲାତି କୁ ଭଲରେ ବାଟିନେବେ । ଏବେ ସେଥିରେ ଦହି ଅଳ୍ପ ମିଶାଇ କେଶମୂଳରେ ଲଗାଇ ୧୫ ମିନିଟ୍ ପରେ ଧୋଇବେ । ସପ୍ତାହରେ ଥରେ ଏହି ପ୍ୟାକ୍ ଲଗାଇଲେ କେଶ ଝଡ଼ା କମିବା ସହ ରୁପି ମଧ୍ୟ ହୁଏନାହିଁ ।
ଅଁଳା ଗୁଣ୍ଡ ୨ଚାମଚରେ ଅଲିଭ ତେଲ ମିଶାଇ କେଶମୂଳରେ ଲଗାନ୍ତୁ । ୩୦ ମିନିଟ୍ ପରେ ଶ୍ୟାମ୍ପୁ କରିବେ । ୧୫ଦିନରେ ଥରେ ଅଁଳା ପ୍ୟାକ୍ ଲଗାଇଲେ କେଶ ସଂକ୍ରମଣ ସମସ୍ୟା ଦୂର ହୁଏ ।
କଫିଗୁଣ୍ଡ ମିଶା ପାଣିରେ କେଶ ନିୟମିତ ଧୋଇଲେ ମଧ୍ୟ ରୁପି ହୋଇନଥାଏ ।
୨ଟି ପାଚିଲା କଦଳୀକୁ ଭଲରେ ଚକଟି ସେଥିରେ ମହୁ ଅଳ୍ପ ମିଶାଇ କେଶରେ ଲଗାନ୍ତୁ । ଏବଂ ୩୦ ମିନିଟ୍ ପରେ କେଶ ଧୋଇନେବେ ।
ଭିଟାମିନ୍ ଇ ତେଲକୁ ମଧ୍ୟ କେଶମୂଳରେ ମାଲିସ୍ କଲେ କେଶ ମୂଳ ମଜବୁତ୍ ହେବା ସହ ରୁପି ହୁଏନାହିଁ ।