ସନଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସରକାର ବର୍ତ୍ତମାନ ବିଭିନ୍ନ ନିୟମ ଲାଗୁ କରୁଛନ୍ତି। କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶରେ ମାଂସ ଏବଂ ମଦ ଉପରେ ପ୍ରବନ୍ଧ ଲଗାଯାଇଥିବା ବେଳେ ଏବେ ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ପକାଇବା ମଧ୍ୟ ଆପଣଙ୍କ ପକ୍ଷେ ବହୁତ ବଡ ଅପରାଧ ହୋଇପାରେ । ଏଥିପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ। ଯୋଗୀ ସରକାର ସହରକୁ ସଫା ସୁତୁରା ରଖିବାକୁ ଏକ ନୂଆ ନିୟମକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନିୟମ ଆଧାରରେ ଯଦି କେହି ବାହାରେ ଅଳିଆ ଆବର୍ଜନା କରୁଛନ୍ତି ତେବେ ତାଙ୍କୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉତ୍ତର ପ୍ରଦେଶ ପ୍ରବନ୍ଧନ, ସଂଚାଳନ ଓ ସ୍ୱଚ୍ଛତା ନୀୟମାବଳୀ ୨୦୨୧କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇବାର ଦେଖିବାକୁ ମିଳିଲେ ବି ଆପଣଙ୍କୁ ଜରିମାନା ଦେବାକୁ ପଡିବ ।