ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଏମିତିରେ ବ୍ୟସ୍ତ ଜୀବନଶୈଳୀ ଲୋକଙ୍କ ଆଖୁରୁ ଯେପରି ନିଦ ହଜାଇ ଦେଇଛି । ତେବେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ପ୍ରାୟ ବର୍ଷେ ହେବ ନିଦ୍ରାହୀନତା ଖୁବ୍ ବଢିଯାଇଥିବାର ସୂଚନା ମିଳିଛି । କରୋନାଜନିତ ଉଦ୍ବେଗ ସହ ନିଦ ନହେବାକୁ ‘ କରୋନାସୋନିଆ ‘ ବୋଲି ନାମିତ କରାଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ , ଏଥିରେ ଲୋକେ କରୋନା ପରି ହାଲ୍କା ଲକ୍ଷଣ ଅନୁଭବ କଲେ ବି ସେମାନଙ୍କର ଭୟ ଓ ଚିନ୍ତା ବଢିଯାଏ ଏବଂ ନିଦ ହୁଏନାହିଁ । ଏହା ବ୍ୟତୀତ ମହାମାରୀ କାରଣରୁ ରୋଜଗାର ସଂସ୍ଥାନ ବନ୍ଦ ହେବା , ପାରିବାରିକ ସହ ଆର୍ଥିକ ଓ ମାନସିକ ଅଶାନ୍ତି ମଧ୍ୟ ନିଦ ହଜାଇ ଦେଉଛି। ଏହି କରୋନାସୋନିଆର କେତେକ ଲକ୍ଷଣ ମଧ୍ୟରେ ପ୍ରମୁଖ ହେଲା- ଶୋଇବା ସମୟରେ ମନକୁ ବିଭିନ୍ନ କଥା ଘାରିବା , ରାତିରେ ବାରମ୍ବାର ନିଦ ଭାଙ୍ଗିବା , ବିଳମ୍ବ ଯାଏଁ ଶୋଇଲେ ବି ନିଦ ସମ୍ପୂର୍ଣ୍ଣ ନହେବା , କାମରେ ମନଯୋଗ ଦେଇ ନପାରିବା ତଥା ଉଦ୍ ବେଗ ଯୋଗୁ ବାରମ୍ବାର ମାନସିକ ସ୍ଥିତି ଖରାପ ହେବା । ତେବେ ଏଥିରୁ ସୁରକ୍ଷିତ ରହିବାର ଉପାୟଗୁଡିକ ହେଲା
-
ରାତିରେ ଶୋଇବା ପୂର୍ବରୁ ୧୦ – ୧୫ ମିନିଟ ପର୍ଯ୍ୟନ୍ତ ଧ୍ୟାନ କରନ୍ତୁ, ଏହା ସୁନିଦ୍ରାରେ ସହାୟକ ହୋଇଥାଏ।
-
କେଫିଯୁକ୍ତ ଖାଦ୍ୟପଦାର୍ଥ ଯଥା- ଚା ‘ , କଫି ଆଦି ଅଧୁକ ସେବନ କରନ୍ତୁ ନାହିଁ । ବିଶେଷକରି ଶୋଇବାକୁ ଯିବା ପୂର୍ବରୁ ଏସବୁ ପିଇବା ମନା।
-
ସକାଳୁ ଉଠି ୧୫ ମିନିଟ କଅଁଳ ସୂର୍ଯ୍ୟକିରଣରେ ବସନ୍ତୁ।
-
ଶୟନକକ୍ଷର ତାପମାତ୍ରା ପ୍ରତି ଦୃଷ୍ଟି ଦିଅନ୍ତୁ, ଏହା ଯେପରି ଶାନ୍ତ ଓ ପରିଚ୍ଛନ୍ନ ହୋଇଥିବ ଏବଂ ଭଲ ବାୟୁ ଚଳାଚଳ ହୋଇଥିବ।
-
ମୋବାଇଲ ଫୋନ୍କୁ ଦୂରରେ ରଖି ଶୁଅନ୍ତୁ। କାରଣ ଏହାର ନୀଳ ଆଲୋକ ନିଦକାରକ ମେଲାଟୋନିନ୍ ହରମୋନ କ୍ଷରଣ କମାଇ ନିଦ ପ୍ରତି କ୍ଷତିକାରକ ହୁଏ।
-
ଚିନ୍ତା , ଅବସାଦ କମାଇ ନିଜକୁ ଶାନ୍ତ ରଖୁବା ପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ସକାରାତ୍ମକ ଚିନ୍ତାଧାରାକୁ ବାନ୍ଧି ରଖନ୍ତୁ ।
-
ପ୍ରତିଦିନଯୋଗ, ବ୍ୟାମୟରେ ସମୟ ଦିଅନ୍ତୁ।
-
ଯାହା ଆପଣଙ୍କ ମନକୁ ଆନନ୍ଦ ଦେଉଥିବ ତାହା କରନ୍ତୁ । କାରଣ ଏଥିରୁ ଯେଉଁ ଖୁସି ମିଳେ ତାହା ମନକୁ ସ୍ଥିର ରଖିବାରେ ସାହାର୍ଯ୍ୟ କରେ।
-
ବିଶେଷ ସମସ୍ୟା ଥିଲେ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ ।