ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ପୂର୍ବତନ ଟିମ୍ ଇଣ୍ଡିଆ ଅଲରାଉଣ୍ଡର୍ ଷ୍ଟୁଆର୍ଟ ବିନ୍ନି ସୋମବାର ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ନିଜ ରାଜ୍ୟ କର୍ଣ୍ଣାଟକ ପକ୍ଷରୁ କ୍ୟାରିୟର ଆରମ୍ଭ କରିଥିବା ବିନ୍ନି ଭାରତ ପକ୍ଷରୁ ୬ଟି ଟେଷ୍ଟ , ୧୪ ଦିନିକିଆ ଓ ତିନିଟି ଟି – ୨୦ ମ୍ୟାରେ ପ୍ରତିନିଧିତ୍ବ କରିଥିଲେ । ଏହି ଅବସର ନିଷ୍ପତ୍ତି ସମ୍ପର୍କରେ ବିନ୍ନି ଏକ ବିବୃତି ପ୍ରକାଶ କରି ସୂଚନା ଦେଇଛନ୍ତି । ଏଥିରେ ସେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ବ କରି ବହୁତ ଖୁସି ଏବଂ ଗର୍ବ ଅନୁଭବ କରୁଥିବା ଜଣାଇଛନ୍ତି । ଅନ୍ତର୍ଜାତୀୟ ମ୍ୟାଚରେ ବିଶେଷ ରନ୍ କରିପାରି ନଥିବା ବିନ୍ନି ଦିନିକିଆରେ ଏକ ରେକର୍ଡ ବୋଲି ଫିଗର୍ ନିଜ ନାମରେ କରିବାକୁ ସଫଳ ହୋଇଥିଲେ । ୨୦୧୪ରେ ଢାକାରେ ସେ ବଂଲାଦେଶ ବିପକ୍ଷରେ ମାତ୍ର ୪ ରନ୍ ଦେଇ ୬ଟି ୱିକେଟ୍ ହାସଲ କରିଥିଲେ ଏହା ବର୍ତ୍ତମାନ ସୁଦ୍ଧା ଦିନିକିଆରେ ଭାରତ ପକ୍ଷରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହି କ୍ଷେତ୍ରରେ ସେ ନିଜ ଦେଶର ଅନୀଲ କୁମ୍ବଲେଙ୍କ ରେକର୍ଡକୁ ଅତିକ୍ରମ କରିଥିଲେ । କୁମ୍ବଲେ ୧୯୯୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମାତ୍ର ୧୨ ରନ୍ ବ୍ୟୟ କରି ୬ଟି ୱିକେଟ୍ ନେଇଥିଲେ । ଇଂଲଣ୍ଡ ବିପକ୍ଷରେ ୨୦୧୪ ଅବସର ଜୁଲାଇରେ ଟେଷ୍ଟ ପଦାର୍ପଣ କରିଥିବା ବିନ୍ନି ଏହି ମ୍ୟାଚ୍ର ଦ୍ଵିତୀୟ ଇନିଂରେ ୭୮ ରନ୍ ସ୍କୋର୍ କରିଥିଲେ ଏବଂ ଏହା ୬ଟି ଟେଷ୍ଟରେ ତାଙ୍କର ଏକମାତ୍ର ଅର୍ଦ୍ଧଶତକ ଥିଲା । ଫ୍ଲୋରିଡାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି – ୨୦ ମ୍ୟାରେ ଗୋଟିଏ ଓଭରରେ ୩୧ ରନ୍ ବ୍ୟୟ କରିବା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତ ଘଟାଇଥିଲା । ଇଭିନ୍ ଲୁଇସ୍ ତାଙ୍କର ଏହି ଓଭରେ ୫ଟି ଛକା ମାରିଥିଲେ । ଏହାପରେ ସେ ବିଭିନ୍ନ ମହଲରେ ସମାଲୋଚିତ ହୋଇଥିଲେ । ବିସକ ବ୍ୟାଟିଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡୀଙ୍କ ଆଗମନ ପରେ ବିନ୍ନିଙ୍କ ଜାତୀୟ ଟିମ୍କୁ ଫେରିବା ଆଶା କମିଯାଇଥିଲା । ଏବଂ ସେ ଉତ୍ତର – ପୂର୍ବାଞ୍ଚଳ ପକ୍ଷରୁ ଗୋଟିଏ ପ୍ରଥମ ଶ୍ରେଣୀ ସିଜନ୍ ମଧ୍ୟ ଖେଳିଥିଲେ କ୍ରିକେଟର ଭାବେ ତାଙ୍କ ବିକାଶରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇଥିବା ବିସିସିଆଇ ବିଭିନ୍ନ ଟିମ୍ , ସାଥୀ ଖେଳାଳି ଏବଂ କୋଚଙ୍କୁ ବିନ୍ନି ଧନ୍ୟବାଦ ଜଣାଇଥିଲେ।