ସନଷ୍ଟାର ଟିଭି ବ୍ୟୁରୋ
ଲଣ୍ଡନ : କରୋନରୁ ପାଇଁ ବଞ୍ଚିବା ଟିକାକରଣ ଏକ ମାତ୍ର ଅସ୍ତ୍ର ହୋଇଥିବା ବେଳେ ଟିକାକରଣ ପରେ ମଧ୍ୟ ଏହା ଲୋକ ମାନଙ୍କୁ ଆକ୍ରାନ୍ତ କରୁଛି। ଏହା ଫଳରେ କେଉଁ ଟିକା କେତେ ଫଳଦାୟୀ ତାହା ଉପରେ ଅଧ୍ୟୟନ ଚାଲିଛି। ଏହା ଭିତରେ ଜଣାଯାଇଛି ଯେ ଫାଇଜର ଓ ଆଷ୍ଟ୍ରାଜେନିକା କରୋନା ଟିକା ଡେଲଟା ପ୍ରଜାତିର ଭୂତାଣୁ କ୍ଷେତ୍ରରେ କମ୍ ପ୍ରଭାବଶାଳୀ ରହିଥାଏ ବୋଲି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକ ମାନେ ସୂଚନା ଦେଇଛନ୍ତି। ଏହି ଦୁଇ ପ୍ରକାର ଟିକା ଆଲଫା ପ୍ରଜାତି କ୍ଷେତ୍ରରେ ଅଧିକ ପ୍ରଭାବୀ ରହିଥାଏ । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଦ୍ଵାରା ପ୍ରସ୍ତୁତ କରୋନା ଟିକା ଭାରତରେ ନାମରେ ବ୍ୟବହାର ହେଉଛି । ଭାରତରେ ଏହି କୋଭିସିଲଡ ଟିକା ନୂଆ ପ୍ରଜାତି ବିରୋଧରେ ପ୍ରଭାବଶାଳୀ ରହୁଛି ।