ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଜିଲ୍ଲା ସଭାପତିଙ୍କୁ ଗୁରୁମନ୍ତ୍ର ବାଣ୍ଟିଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ଏହାସହ ପଞ୍ଚାୟତକୁ ଯାଅ, ଲୋକଙ୍କ ସହିତ ରୁହ ଲୋକ ମାନଙ୍କ ସହ ମିଶ ସେମାନଙ୍କ କଥାଶୁଣ ବୋଲ ବୋଲି ବୋଲି ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି । ଏକ ସମ୍ମିଳନୀରେ ଯୋଗ ଦେଇ ପ୍ରଭାରୀ ଚେଲ୍ଲା କୁମାର ଏହା ସୂଚନା ଦେଇଛନ୍ତି। ତୃଣମୂଳସ୍ତର ଦୁର୍ନୀତିକୁ ପଦାକୁ ଆଣ ବୋଲି ଜିଲ୍ଲା ସଭାପତିଙ୍କୁ ପରାମର୍ଶ ଦେଇଛନ୍ତି ।
ଆହୁରି କହିଛନ୍ତି,ଯେ ଦଳରେ ବିଶୃଙ୍ଖଳାର କୌଣସି ସ୍ଥାନ ନାହିଁ। ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ତାଙ୍କୁ ଆଦୌ ବରଦାସ୍ତ କରାଯିବନାହିଁ । କିଛି ଅସୁବିଧା ଅଭିଯୋଗ ଥିଲେ ଉପରିସ୍ଥ ଅଧିକାରୀ ବା ହାଇ କମାଣ୍ଡଙ୍କୁ ଜଣାଅ । ଗଣମାଧ୍ୟମକୁ ଆସି ବିଶୃଙ୍ଖଳିତ ବୟାନ ଦିଅନାହିଁ ଦଳ କୌଣସି କର୍ମଚାରୀ ଏପରି କଲେ ତାଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ହେବ । ଖୁବ୍ ଶୀଘ୍ର ପିସିସି ଗଠନ ହେବ ବୋଲି ମଧ୍ୟ ସେ କହିଛନ୍ତି ।