ସନଷ୍ଟାର ଟିଭି ବ୍ୟୁରୋ

ଉଦଳା: ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର ହୋଇଛି । ଉଦଳା ବନାଞ୍ଚଳ ଅଧିନ ଶାଳମୁଣ୍ଡଳି ଗ୍ରାମର ପଦ୍ମଲୋଚନ ପାଲଙ୍କ ଘର ବାଡିରେ ଲାଗିଥିବା ଏକ ଜାଲରେ ଗୋଟିଏ ବିଶାଳକାୟ ଅଜଗର ସାପ ଛନ୍ଦି ହୋଇ ରହିଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ଏ ନେଇ ଉଦଳା ବନବିଭାଗକୁ ଖବର ଦେବା ପରେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଅକ୍ଷତ ଅବସ୍ଥାରେ ଜାଲ କାଟି ଉଦ୍ଧାର କରିଥିଲେ । ଉଦ୍ଧାର ସାପଟିକୁ ଉଦ୍ଧାର କରିବା ପରେ ତାହାକୁ ଶିମିଳିପାଳର ଆଭ୍ୟନ୍ତରୀଣ ଏରିଆରେ ଛାଡି ଦିଆଯାଇଛି । ସାପଟିର ଲମ୍ବ ୯ ଫୁଟ ରହିଥିବା ବନବିଭାଗ କହିଛି । ତେବେ ଶାଳମୁଣ୍ଡଳି ଗ୍ରାମରେ ଜଙ୍ଗଲ ରହିଥିବାରୁ ସାପଟି ଉକ୍ତ ଜଙ୍ଗଲରୁ ଖସି ଆସିଥିବା ଅନୁମାନ କରାଯାଉଛି । ତେବେ ଦିନକୁ ଦିନ ଶିମିଳିପାଳରେ ଶିକାର ବଢିବାରେ ଲାଗିଥିବାରୁ ବାରମ୍ବାର ଅଜଗର ଭଳି ବିଭିନ୍ନ ସରୀସୃପ ଏବଂ ବନ୍ୟଜନ୍ତୁ ଜନବସତିମୁହାଁ ହେଉଥିବାର ନଜର ଆସିଛି ।( ରିର୍ପୋଟ:ଆଲୋକ କୁମାର ବେହେରା)