ସନଷ୍ଟାର ଟିଭି ବ୍ୟୁରୋ

ମୟୂରଭଞ୍ଜ : ଆଦିବାସୀ ସଙ୍ଗଠନ ପକ୍ଷରୁ ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ଯାହାର ପ୍ରଭାବ ଉଦଳାରେ ମଧ୍ୟ ଦେଖିବାକୁ ମିଳିଛି । ଉଦଳା ବ୍ଲକ ଅଧିନ ଶିରିପୁର ଠାରେ ଜୁନ୍ ମାସରେ ପଡିଆର ଉନ୍ନତିକରଣ କାମ କରିବାକୁ ଯାଇ କିଛି ଠିକାଦାର ଆଦିବାସୀଙ୍କ ଜାହିରାକୁ ଭାଙ୍ଗି ଦେଇଥିବାର ଅଭିଯୋଗ ଆସିଥିଲା । ଯାହାକୁ ନେଇ ଆଦିବାସୀ ଗ୍ରାମବାସୀମାନେ ଜାହିରା ସ୍ଥାପନ ଏବଂ ଜାହିରା ଭାଙ୍ଗିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଉଦଳା ପୋଲିସ୍କୁ ମଧ୍ୟ ଅବଗତ କରାଇଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି ଆଦିବାସୀ ସଙ୍ଗଠନ ପକ୍ଷରୁ ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ଯାହାର ଫଳସ୍ୱରୁପ ଆଜି ଉଦଳାରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ଆଦିବାସୀ ସଙ୍ଗଠନର ସଦସ୍ୟମାନେ ଦୋକାନ ବଜାର ବନ୍ଦ କରିବା ସହିତ ଯାନବାହନ ଚଳାଚଳକୁ ବନ୍ଦ କରିଛନ୍ତି । ଆଜି ସକାଳ ସମୟରେ ଆଦିବାସୀ ସଙ୍ଗଠନର ସଦସ୍ୟମାନେ ଉଦଳାରେ ବିଭିନ୍ନ ଦୋକାନ ବଜାର ବନ୍ଦ କରିଥିଲେ ତତସହିତ ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ କରିଥିଲେ । କେବଳ ଦୁଇ ଚକିଆ ଯାନକୁ ଛାଡି ଦେଇ ବାକି ସବୁ ଯାନବାହନ ଚଳାଚଳ ବନ୍ଦ ରହିଛି ।