ସନଷ୍ଟାର ଟିଭି ବ୍ୟୁରୋ

ଉଦଳା :ଆଜି ପବିତ୍ର ଜନ୍ମାଷ୍ଟମୀ । ଏହି ଅବସରରେ ଉଦଳା ଠାରେ ଆସନ୍ତା ଦୁର୍ଗାପୂଜା ନିମନ୍ତେ ମୃର୍ତ୍ତିକା ଉତ୍ତୋଳନ ଏବଂ ପୂଜନ ଅନୁଷ୍ଠିତ ହୋଇଛି । ଉଦଳାରେ ଥିବା ଆମ ଦୁର୍ଗାପୂଜା କମିଟି ଉଦଳା, ଆମ ଗାଁ ଦୁର୍ଗା ପୂଜା କମିଟି, ନାଗପାଳ ଦୁର୍ଗାପୂଜା କମିଟି ସମେତ ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ମୃର୍ତ୍ତିକା ଉତ୍ତୋଳନ କରାଯାଇଛି । ସ୍ଥାନୀୟ ସୋନ ନଦୀ ପଠାରୁ ବିଧି ମୁତାବକ ପୂଜାର୍ଚ୍ଚନା ପରେ ମୃର୍ତ୍ତିକା ଉତ୍ତୋଳନ ଏବଂ ପୂଜନ ହୋଇଥିଲା । ଏହା ପରେ ଉକ୍ତ ମୃର୍ତ୍ତିକାକୁ ଆଣି ଉଦଳା ହନୁମାନ ମନ୍ଦିରରେ ରଖାଯାଇଛି । ଯେବେ ମାଙ୍କର ମୃଣ୍ମୟୀ ମୂର୍ତ୍ତି ତିଆରି ହେବ ସେବେ ସେହି ମୃର୍ତ୍ତିକାକୁ ଅଣାଯାଇ କାର୍ଯ୍ୟ ଆରମ୍ଭ ହେବ । ସ୍ଥାନୀୟ ଆମ ଦୁର୍ଗା ପୂଜା କମିଟି ପକ୍ଷରୁ କୋଭିଡ ନିୟମ ମାନି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କମିଟିର ସମସ୍ତ ସଦସ୍ୟ ଏଥିରେ ସାମିଲ ହୋଇଥିଲେ । (ରିର୍ପୋଟ:ଆଲୋକ କୁମାର ବେହେରା)