ସନଷ୍ଟାର ଟିଭି ବ୍ୟୁରୋ

ଭଦ୍ରକ : ଗତ କାଲି ରାତି ଅର୍ଦ୍ଧରାତ୍ରୀ ସମୟରେ ଭଦ୍ରକ ଜିଲ୍ଲା ବାଂଶଡା ପଞ୍ଚାୟତ ଗଙ୍ଗାଧରପୁର ଗ୍ରାମର ଯୁବକଙ୍କ ରେଳ ଧକ୍କାରେ ମୃତ୍ୟୁ ହୋଇଛି। ଧାମରାରୁ ଭଦ୍ରକ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ ଗଙ୍ଗାଧର ପୁର ଷ୍ଟେସନ ଠାରୁ ଅଳ୍ପ ଦୁରରେ ଧକ୍କା ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ସୁଚନା ମୁତାବକ ଉକ୍ତ ବ୍ୟକ୍ତି ଜଣଙ୍କ ରେଳ ଲାଇନ ପାରହୋଇ ଚିଙ୍ଗୁଡି ପୋଖରୀରେ କାମ କରିବାକୁ ଯାଉଥିବା ସମୟରେ ଦୃଘଟଣା ଘଟିଛି ବୋଲି ଜଣାପଡିଛି ।ଯୁବକଙ୍କ ଜଣଙ୍କ ହେଉଛନ୍ତି ନୂଆଗାଁର ଶୁକାନ୍ତ ଖିଲାର ବୋଲି ଜଣା ପଡ଼ିଛି।(ରିପୋର୍ଟ -ପ୍ରଶାନ୍ତ କୁମାର ପାଣି, ଚାନ୍ଦବାଲି )