ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ : ଭାରତରେ ୟାହୁ ନିଜର ଡିଜିଟାଲ ନ୍ୟୁଜ ପ୍ରକାଶନ ସଂସ୍ଥାକୁ ବନ୍ଦ କରି ଦେଇଛି । ଏବେ ଇଣ୍ଟରନେଟରେ ୟାହୁ ନ୍ୟୁଜ, ୟାହୁ କ୍ରିକେଟ୍ , ୟାହୁ ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଏବଂ ମେକର୍ସ ଇଣ୍ଡିଆର ସେବା ବନ୍ଦ ହୋଇଯାଇଛି । ଡିଜିଟାଲ ମିଡିଆରେ ନୂଆ ଏଫଡ଼ିଆଇ ନିୟମ ପାଇଁ ୟାହୁ ଏହି ସେବା ବନ୍ଦ କରିଛି ବୋଲି କହିଛି । ତେବେ ଭାରତରେ ୟାହୁର ଇ – ମେଲ ଏବଂ ସର୍ଚ ଇଞ୍ଜିନ ପୂର୍ବପରି ଜାରି ରହିବ । ୟାହୁ ୱେବସାଇଟ୍ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ଅଗଷ୍ଟ ୨୬ , ୨୦୨୧ ପରଠୁଁ ଭାରତରେ ତାର ଡିଜିଟାଲ କଣ୍ଟେଣ୍ଟ ପ୍ରକାଶନକୁ ବନ୍ଦ କରିଛି । କିନ୍ତୁ ୟାହୁର ଅନ୍ୟ ସେବା ଯେପରି ଥିଲା ସେପରି ଚାଲୁ ରହିବ । ସେହି ସେବା ଗୁଡ଼ିକର ୟୁଜର ପ୍ରଭାବିତ ହେବେ ନାହିଁ । ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତରେ ନିୟମରେ ପରିବର୍ତ୍ତନ ହେବା ଦ୍ୱାରା ୟାହୁ ଇଣ୍ଡିଆ ପ୍ରଭାବିତ ହୋଇଛି । ୟାହୁ ଆହୁରି ମଧ୍ୟ କହିଛି ଯେ ଯେହେତୁ ୟାହୁ କ୍ରିକେଟରେ ମଧ୍ୟ ନ୍ୟୁଜ ଆସେ କିନ୍ତୁ ନୂଆ ଏଫଡ଼ିଆଇ ନିୟମ ଦ୍ଵାରା ଏହା ପ୍ରଭାବିତ ହୋଇଥିଲା । ଯାହା ମିଡ଼ିଆ କମ୍ପାନୀଗୁଡିକର ବିଦେଶୀ ମାଲିକାନାକୁ ସୀମିତ କରିଥାଏ । ଗତ ଦୁଇ ଦଶନ୍ଧି ମଧ୍ୟରେ ପାଇଥିବା ‘ ସମର୍ଥନ ଏବଂ ବିଶ୍ୱାସ ’ ପାଇଁ ୟାହୁ ଭାରତର ଉପଭୋକ୍ତାମାନଙ୍କୁ ଧନ୍ୟବାଦ ଜଣାଇଛି ।