ସନଷ୍ଟାର ଟିଭି ବ୍ୟୁରୋ

ଯାଜପୁର: ପାଣିକୋଇଲି କୋରାଇ ରାସ୍ତାର ଧନପୁର ନିକଟରେ ଗଛରେ ପିଟି ହେଲା ରିଜର୍ଭ ପୋଲିସ କର୍ମଚାରୀ ଙ୍କ ବାଇକ। ଏହି ଘଟଣାରେ ଜଣଙ୍କର ମୃତ ଥିବା ବେଳେ ଅନ୍ୟ ଜଣେ ଗୁରୁତ୍ବର ଥିବାର ସୂଚନା ମିଳୁଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନ ରେ ପାଣିକୋଇଲି ରିଜର୍ଭ ପୁଲିସର କର୍ମଚାରୀ ସମୀର ପ୍ରଧାନ ଏବଂ ତାଙ୍କ ସାଥି ପ୍ରଭାତ ଅମାନ୍ତ ସୁକିନ୍ଦା ଅଞ୍ଚଳରୁ କାମ ସାରି ପାଣିକୋଇଲି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଯେଉଁଥିଲେ ଘଟଣାସ୍ଥଳରେ ସମୀର ପ୍ରଧାନଙ୍କ ମୃତ ହୋଇଥିବା ବେଳେ ପ୍ରଭାତ ଅମାନ୍ତ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ବର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । (ରିର୍ପୋଟ:ବିଭୂଦତ୍ତ ପୃଷ୍ଟି)