ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ଠାରୁ ଟୋକିଓ ପାରା ଅଲମ୍ପିକ ଆରମ୍ଭ ହେଉଛି। ଚଳିତ ଥର ଟୋକିଓ ପାରା ଅଲମ୍ପିକ ରେ ୫୪ ଜଣ ଭାରତୀୟ ଦଳ ଭାଗ ନେଉଛନ୍ତି। ଏଥର ୪୦ଜଣ ପୁରୁଷ ଥିବା ବେଳେ ୧୪ ଜଣ ମହିଳା ଭାଗ ନେଇଛନ୍ତି। ଉଦଘାଟନୀ ଉତ୍ସବରେ ଯୋଗଦେବେ ଭାରତର ୫ଖେଳାଳୀଙ୍କ ସହିତ ୬ଅଧିକାରୀ । ବର୍ତ୍ତମାନ ସବୁ ଖେଳାଳୀ ଟୋକିଓରେ ପହଁଞ୍ଚି ନାହାନ୍ତି। ଆଜି ସମସ୍ତ ଖେଳାଳୀ ପହଞ୍ଚି ଯିବେ ବୋଲି ସୂଚନା ମିଳୁଛି।
ଚଳିତ ଥର ପାରା ଅଲମ୍ପିକ୍ସରେ କ୍ଲବ ଥ୍ରୋ ବିଭାଗରେ ଧରମବୀର ନୈନ, ଡିସକସ ଥ୍ରୋରେ ବିନୋଦ କୁମାର, ଲଙ୍ଗଜମ୍ପରେ ରାମପାଲ, ହାଇଜମ୍ପରେ ମାରୟାପାନ୍ନ ଥାଙ୍ଗାଭାଲୁଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଡମିଣ୍ଟନରେ ଓଡିଆ ଖେଳାଳି ପ୍ରମୋଦ ଭଗତ, ଭାରତ୍ତୋଳନରେ ଜୟଦୀପ ଦେସଓ୍ବାଲ ଏବଂ ବନ୍ଧୁକ ଚାଳନାରେ ମନୀଷ ନରଓ୍ବାଲ ଭଲ ପ୍ରଦର୍ଶନ କରିବା ସହ ସମସ୍ଥ ଠାରୁ ପଦକ ଆଶା କରୁଛି ଭାରତ।