ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଏବେ ବି ବଞ୍ଚିଛି ପୁଲିସଙ୍କ ଭିତରେ ମାନବିକତା। ବର୍ତ୍ତମାନର ସମାଜ ପୁଲିସ ମାନଙ୍କୁ ଖରାପ ନଜରରେ ଦେଖିବା ସହ ତାଙ୍କ ଉପରକୁ ଆଙ୍ଗୁଠି ବି ଉଠାନ୍ତି। ହେଲେ ଏପରି ସମୟରେ ଏକ ଦୃଷ୍ଟିହୀନ ଦମ୍ପତି ଙ୍କ ଦୃଷ୍ଟିହୀନ ଶିଶୁ କନ୍ୟାର କ୍ୟାନସର ଅପରେସନ୍ ପାଇଁ ସାହାର୍ଯ୍ୟର ହାତ ବଢ଼ାଇ ସମ୍ପୂର୍ଣ୍ଣ ସମାଜ ପାଇଁ ଉହାହରଣ ସୃଷ୍ଟି କରିଛନ୍ତି ଇନ୍ଫୋସିଟି ଥାନାର ଆଇ ଆଇ ସି ସମିତା ମିଶ୍ର। ସେ ଶିଶୁ କନ୍ୟା ର କ୍ୟାନସର ଚିକିତ୍ସା ପାଇଁ ୧୦ ହଜାର ଟଙ୍କାର ସାହାର୍ଯ୍ୟର ହାତ ବଢ଼ାଇଛନ୍ତି। ଏହାସହ କମିଶନରେଟ୍ ପୋଲିସର ଗାରିମା ମଧ୍ୟ ବଢ଼ାଇଛନ୍ତି। ଏହି ସେବା କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲ ରୁ ପ୍ରସଂଶା ର ସୁଅ ଛୁଟି ବାରେ ଲାଗିଛି। ବାସ୍ତବରେ ଦେଖିବାକୁ ଗଲେ ଏଠାରେ କଥା ଟଙ୍କାର ନୁହେଁ ବରଂ ଗୋଟିଏ ଲୋକର ଚରିତ୍ର ଏବଂ ନିସ୍ବାର୍ଥପରତାର । ସାହାର୍ଯ୍ୟ ତ ବହୁତ ଲୋକ କରନ୍ତି, ଏହାର ପଛରେ କାହାର ମାନବିକତା ଲୁଚି ରହିଥିବା ବେଳେ କେହି ଏହାକୁ ଲୋକଲୋଚକୁ ଆସିବାର ଏକ ମାଧ୍ୟମ ଭାବେ ବ୍ୟବହାର କରିଥାନ୍ତି।