ସନଷ୍ଟାର ଟିଭି ବ୍ୟୁରୋ

ଚାନ୍ଦବାଲି :ଆଜି ଚାନ୍ଦବାଲି ବ୍ଲକ ଧାମରାସ୍ଥିତ ଗଙ୍ଗାମାତା ପଡିଆ ଠାରେ ବିଜେଡିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାଗୁଳା ଗ୍ରାମପଞ୍ଚାୟତ ର ସରପଞ୍ଚ ସୁରେଶ ମାହୁନ୍ତଙ୍କ ସହ ଜାଗୁଳା ଏବଂ ଧାମରା ପଞ୍ଚାୟତର ଏକ ହଜାରରୁ ଅଧିକ କର୍ମୀଙ୍କୁ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟମୋକେଶ ରାୟ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି । ତେବେ ଧାମରା ସରପଞ୍ଚ ପାପା ଜେନା ଏବଂ ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ସାହୁଙ୍କ ଉଦ୍ୟମରେ ଏହି ମିଶ୍ରଣ ପର୍ବ ସଫଳ ହୋଇଥିବାରୁ ବିଧାୟକ ଶ୍ରୀ ରାୟ ଉଭୟ ପାପା ଜେନା ଏବଂ ରଞ୍ଜନ ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ତେବେ ଏକ ବିଶାଳ ବାଇକ ରାଲି ନିକଟସ୍ଥ ଚୌଧୁରୀ ଘାଟ ନିକଟରୁ ବାହାରି ଜାଗୁଳା ସରପଞ୍ଚ ସୁରେଶ ମାହୁନ୍ତଙ୍କ ଘର ଯାଏଁ ଯାଇଥିଲା । ସେଠାରୁ ଶ୍ରୀ ମାହୁନ୍ତ ରାଲିରେ ସାମିଲ ହୋଇ ଜାଗୁଳା ପଞ୍ଚାୟତ ଏବଂ ଧାମରା ବଜାର ଅତିକ୍ରମ କରି ସଭାସ୍ଥଳରେ ପହଞ୍ଚିଥିଲେ । ଚାନ୍ଦବାଲି ବିଜେଡିର ଟାଣୁଆ ନେତା ଏବଂ ଯୁବନେତା ମାନଙ୍କ ଗହଣରେ ଶ୍ରୀମାହୁନ୍ତ, ତାଙ୍କ ସମର୍ଥକ ଏବଂ ଅନ୍ୟମାନଙ୍କୁ ବିଧିବଧ ଭାବେ ବିଜେଡିରେ ସାମିଲ କରାଯାଇଛି ।(ରିପୋର୍ଟ -ପ୍ରଶାନ୍ତ କୁମାର ପାଣି)