ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ଗତକାଲି ହକିଟିମ ଓଡିଶା ଆସିଥିଲେ। କାଲିର ପ୍ରେସ ମିଟ ଚାଲିଥିବା ସମୟରେ ହକି ଖେଳାଳୀ ମନଦୀପଙ୍କୁ ଜଣେ ସାମ୍ବାଦିକ ପଚାରିଥିଲେ ଯେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ କଣ ଆଶା କରୁଛନ୍ତି। ଉତ୍ତରରେ ମନଦୀପ କହିଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ ଆମ ପାଇଁ ବହୁତ କିଛି କରୁଛନ୍ତି। ଗତ ୩ବର୍ଷ ହେବ ହକିର ସ୍ପୋନ୍ସରସିପ୍ ଓଡିଶା ବହନ କରିଛି। ଏହାଠାରୁ ଅଧିକ ଆମ ପାଇଁ କିଛି ନାହିଁ । ଆମକୁ ନବୀନ ସରକାର ବହୁତ ହିଁ ଅଧିକ ସାହାର୍ଯ୍ୟ କରିଛନ୍ତି। କେବଳ ଏତିକି ଆଶା କରୁଛୁ ଯେ ଆଗାମୀ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଆମକୁ ଏହି ପରି ସାହାର୍ଯ୍ୟର ହାତ ବଢ଼ାଇ ରଖନ୍ତୁ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ହକିକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆହୁରୀ ୧୦ ବର୍ଷ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧନା ଦେବା ସହ ନବୀନ ଏହି ବଡ଼ ଘୋଷଣା କରିଛନ୍ତି। ତଦନୁଯାୟୀ ୨୦୩୩ ଯାଏ ଭାରତୀୟ ହକି ଟିମ୍ର ଓଡ଼ିଶା ପ୍ରାୟୋଜକ ରହିବ। କାରଣ ପୂର୍ବରୁ ୨୦୨୩ ଯାଏ ରାଜ୍ୟ ସରକାର ହକି ଇଣ୍ଡିଆ ସହ ଏହି ଚୁକ୍ତି କରିଥିଲେ। ଏହି ଘୋଷଣା କରିବା ପରେ ଭାରତୀୟ ପୁରୁଷ ଏବଂ ମହିଳା ଟିମ୍ର ଅଧିନାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।